-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||     

HOME   ଜିଲ୍ଲା

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ଗାନ୍ଧୀଷ୍ଟାଡିୟମ ସାଇଡରେ ରାଜସ୍ୱବିଭାଗର ମାପଚୁପ, ଜିଲ୍ଲାପ୍ରଶାସନର ଏହା ଷ୍ଟଣ୍ଟ ସୋ ନୁହେଁ ତ ?

23-Sep-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର “ଗ” ମୌଜାରେ ୧୯୪୪ ମସିହାରୁ ଥିବା ରାଜେନ୍ଦ୍ର ମହାବିଦ୍ୟାଳୟର ଜମିକୁ ରାଜସ୍ୱ ବିଭାଗ ସୁରକ୍ଷିତ ରଖିପାରିଲାନି । ସେତେବେଳେ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ରାଜେନ୍ଦ୍ର କଲେଜ ଉଦ୍ଦେଶ୍ୟରେ ଦେଇଥିବା ୨୪୮ ଏକର ଜମିରୁ ଏବେ ରହିଛି ମାତ୍ର ୬୦ଏକର । ସେହିପରି ରାଜେନ୍ଦ୍ର ମହାବିଦ୍ୟାଳୟ ସମ୍ମୁଖରେ ରହିଥିବା ଗାନ୍ଧୀ ଷ୍ଟାଡିୟମକୁ ଦିଆଯାଇଥିବା ୧୦ଏକର ଜମିରୁ ରହିଛି ମାତ୍ର ୮ ଏକର ଜମି । ଗାନ୍ଧୀ ଷ୍ଟାଡିୟମରେ ଦିଆଯାଇଥିବା ବାଡର ଚାରିକଡେ କୁଆଡେ ପ୍ରାୟ ୨୦ଫୁଟର ଜମି ଛଡାଯାଇଥିଲା ପାର୍କିଂ ପାଇଁ । କିନ୍ତୁ କାଳକ୍ରମେ ଉକ୍ତ ଜମି ସବୁ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଇଛି । ରାଜେନ୍ଦ୍ର କଲେଜ ପାଇଁ ଉଦ୍ଦିଷ୍ଟ ପ୍ରାୟ ୧୮୦ ଏକର ଜମିକୁ ରାଜସ୍ୱବିଭାଗ କର୍ମଚାରୀ, ରାଜନେତା ଓ ଜମିବ୍ୟବସାୟୀ ଚଞ୍ଚକତା କରି କରାଇ ନେଇଛନ୍ତି । ଏପରିକି କାଗଜପତ୍ର ଜାଲିଆତି କରି ରାଜସ୍ୱ ବିଭାଗର ଜ୍ଞାତସାରରେ କିଣାବିକା ମଧ୍ୟ ହୋଇଛି । ଏବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ତଥା ଗାନ୍ଧୀ ଷ୍ଟାଡିୟମର ପୂର୍ବଦିଗରେ ରହିଥିବା ଅଧ ଏକର ଜମିକୁ ବଲାଙ୍ଗୀର ରାଜସ୍ୱ ବିଭାଗର ଏକ ଟିମ ମାପଚୁପ କରିଛନ୍ତି ।

ଏହି ଜମିରେ ପ୍ରତ୍ୟୁଷ ଦାସ ଓ ଅନ୍ୟ ଦୁଇଜଣ ମିଶି ଷ୍ଟଲ ନିର୍ମାଣ କରି ଭଡା ଲଗାଇଛନ୍ତି ବୋଲି ଅଭିଯୋଗ ହୋଇଛି । ପ୍ରାୟ ୧୩ଟି ଷ୍ଟଲ ନିର୍ମାଣ ହୋଇ ଭଡାରେ ଲାଗିଛି । ବଲାଙ୍ଗୀର ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି ଯେ,ବଲାଙ୍ଗୀର “ଗ” ମୌଜାର ୯୦୮ନମ୍ବର ପ୍ଲଟର ଅଧ ଏକର ଜମିକୁ ଜବରଦଖଲ କରାଯାଇ ଅବୈଧ ନିର୍ମାଣ କରାଯାଇଛି । ଏହାକୁ ଚିହ୍ନଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ କଲାପରେ ଏକ ଟିମ୍ ଆସି ମାପଚୁପ କରିଛନ୍ତି । ଷ୍ଟଲ ସହିତ ପଛପଟେ ମଧ୍ୟ ୧୧୨ଫୁଟ ଭିତରକୁ ସରକାରୀ ଜମି ରହିଛି । ତାହାକୁ ଚିହ୍ନଟ କରି ଛକି ମରାଯାଇଛି । ଆଗାମୀ ଦିନରେ ଏହାକୁ ଜବରଦଖଲ ମୁକ୍ତ କରିବାକୁ ପଦକ୍ଷେପ ନିଆଯିବ । କିନ୍ତୁ ସେପଟେ ପ୍ରତ୍ୟୁଷ ଦାସ କହିଛନ୍ତି ଯେ,ଯେଉଁ ଜମି ଉପରେ ଏହା ନିର୍ମାଣ ହୋଇଛି ତାହା ସେମାନେ କିଣିଛନ୍ତି ଓ ତାହାର ରୟତି ପଟ୍ଟା ମଧ୍ୟ ରହିଛି । ତେବେ ଶୁଣାଯାଇଛି ଯେ, ଗତ ୫ବର୍ଷ ପୂର୍ବରୁ ଜିଲ୍ଲା କ୍ରୀଡାସଂସଦ ପକ୍ଷରୁ ଗାନ୍ଧୀ ଷ୍ଟାଡିୟମର ଜମିର କାଗଜପତ୍ର କଲାବେଳେ ଗାନ୍ଧୀ ଷ୍ଟାଡିୟମର ବାଡ ଚାରିକଡେ ୨୦ଫୁଟ ସରକାରୀ ଜମି ରହିଛି । କିନ୍ତୁ ତାହା ଜବରଦଖଲରେ ରହିଛି । ସେତେବେଳେ ନା କ୍ରୀଡାସଂସଦ ନା ଜିଲ୍ଲା ପ୍ରଶାସନ ସେନେଇ ପଦକ୍ଷେପ ନେଇଥିଲେ । ଏବେ ରାଜ୍ୟରେ ଚାଲିଥିବା ରାଜନୈତିକ ଗତିବିଧି ବଢିବା ବେଳେ ପ୍ରଶାସନ ଚାପରେ ଷ୍ଟଣ୍ଟ ସୋ କରୁଛି । ଜବରଦଖଲ ମୁକ୍ତ ନାମରେ ନିଜର ପାରିବା ପଣିଆଁ ଦେଖାଉଛି । ଗାନ୍ଧୀ ଷ୍ଟାଡିୟମର ଚାରିକଡ ବଦଳରେ କେବଳ ଏକ ନିଦ୍ଦିଷ୍ଟ ପରିବାରକୁ ଟାର୍ଗେଟ କରି ତହସିଲଦାର ମାପଚୁପ କରାଉଥିବା ଅଭିଯୋଗ ହେଉଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରାୟ ୧୮୦ ଏକର ଜମି ଜବରଦଖଲରେ ରହିଛି । ସେଥିରେ ଖୋଦ ରାଜସ୍ୱ ବିଭାଗର ଅଧିକାରୀ, କର୍ମଚାରୀ ଓ ରାଜନେତା ସମ୍ପୃକ୍ତି ଥିବା କାରଣରୁ ପ୍ରଶାସନ ତା ଉପରେ ହାତ ମାରୁନାହାଁନ୍ତି ବୋଲି ଅଭିଯୋଗ ହେଉଛି । ଏବେ ରାଜସ୍ୱ ବିଭାଗର ଷ୍ଟଣ୍ଟ ସୋକୁ ନେଇ ବଲାଙ୍ଗୀର ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଜମକୁ ଯଦି ଜବରଦଖଲ ମୁକ୍ତ କରିବେ ତାହେଲେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ସଂରକ୍ଷିତ ଜମିକୁ ଜିଲ୍ଲାପାଳ ଜବରଦଖଲ ମୁକ୍ତ କରାଇ ପାରିବେ ତ ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026
  ଜିଲ୍ଲା  
*ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   02-Oct-2026
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026

You Might Also Like