-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
05-Sep-2023
ବରଗଡ:-(ନିରଞ୍ଜନ ତ୍ରିପାଠୀ)
ବରଗଡ ଜିଲ୍ଲା ରେମଣ୍ଡା ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ଭିତ୍ତିକ "ଜିଜ୍ଞାସା" ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଭେଡେନ ବ୍ଲକ ଓ ଅତାବିରା ବ୍ଲକ ୬୦ ଜଣ ଶିକ୍ଷକ /ଶିକ୍ଷୟତ୍ରୀ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭ ରେ ରେମଣ୍ଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯଶୋବନ୍ତ ମେହେର ପ୍ରଦୀପ ପ୍ରଜ୍ବଳନ ଓ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ପ୍ରଶିକ୍ଷକ ରୁପେ ଲସ୍ତଲା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ର ବୈଲୋଚନ ପଧାନ ଓ ଗଣ୍ଡତୁରୁମ ଉଚ୍ଚ ବିଦ୍ୟାଳୟ ଚୌଳଗଙ୍ଗଦେବ ମେହେର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ସମୟରେ ଭେଡେନ ବ୍ଲକ ବିଜ୍ଞାନ ସଂଯୋଜକ ସଂଜୀବ କୁମାର ପ୍ରଧାନ ସଂଯୋଜନା କରିଥିଲେ।