-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
04-Sep-2023
ସମ୍ବଲପୁର:(ସଂଜୀବକୁମାରପାଣିଗ୍ରାହୀ )
ବୁର୍ଲା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨ ସମ୍ବଲପୁର ଅଧ୍ଯକ୍ଷ ଗଣେଶ ପଧାନଂକର କେନ୍ଦ୍ରୀୟ ବିଦ୍ୟାଳୟ-ବଲାଙ୍ଗିରକୁ ବଦଲି ହେବା ପରେ ବିଦ୍ୟାଳୟ ରେ ନୁତନ ଅଧ୍ଯକ୍ଷ ଭାବେ ସୁସ୍ମିତା ପଧାନ ଯୋଗ ଦେଇଛନ୍ତି । ଆଜି ସମ୍ବଲପୁର ରେ ତାଙ୍କର ପ୍ରଥମ କାର୍ଯ୍ୟ ଦିବସ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀଂକ ଅଭିଭାବକ ସଂଘର ସଦସ୍ଯ ମାନେ ସ୍ବାଗତ କରାଯାଇ ଥିଲା। ସୁସ୍ମିତା ପଧାନ କେନ୍ଦ୍ରୀୟ ବିଦ୍ୟାଳୟ-୨ ଅନୁଗୁଲର ଅଧ୍ଯକ୍ଷ ଭାବେ ସୁଚାରୁ ରୁପେ ଦାୟିତ୍ୱ ତୁଲାଇବା ପରେ ସମ୍ବଲପୁରକୁ ବଦଲି ହୋଇ ଆସିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ-୨ ଛାତ୍ରଛାତ୍ରୀ ମାନଂକ ଶୈକ୍ଷିକ ବିକାଶ ସହ ବିଦ୍ୟାଳୟ ର ଭିତିଭୂମି ର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ନୁତନ ଅଧ୍ଯକ୍ଷାଂକୁ ଶିକ୍ଷକ ଅଭିଭାବକ ସଂଘ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇ ଥିଲା। ବିଦ୍ୟାଳୟ ର ସ୍ବତନ୍ତ୍ର ପରିଚୟ ତିଆରି କରିବା ଦିଗରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଂକ ସହ ଅଭିଭାବକ ମାନଂକ ସହଯୋଗ କାମନା କରିଥିଲେ। ଏହି ଅବସରରେ ଅଭିଭାବକ ସଂଘ ର ଉପସଭାପତି ଏକେ ପଟନାୟକ, ସାଧାରଣ ସମ୍ପାଦକ ଭବାନୀଶଙ୍କର ଭୋଇ, ତୁଷାରକାନ୍ତ ସାହୁ, ଅଶୋକ ପଧାନ, ସରୋଜ ପଧାନ, ଡ ଅଟଲହିହାରୀ ଦଣ୍ଡ ପାଟ, କିଶୋର ନାୟକ, ରଂଜିତ ସାହୁ, କୁନ୍ଦନ ଭୋଇ, ଡିଂଗର ମେହେର, ସରୋଜ ପାଢୀ, ଅଶୋକ ସାହୁ, ସଂଘମିତ୍ରା ଜେନା,ବ୍ରଜବନ୍ଧୁ ପ୍ରଧାନ, ଦେବାଶିଷ ମିଶ୍ର, ରଂଜନ ଭୋଇ ପ୍ରମୁଖ ସାମିଲ ହୋଇ ଥିଲେ।