-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
04-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଘସିଏନ୍ ଗାଁ ର ବାଗ୍ ବାହାଲି ଗାଁ ର ରାମଚନ୍ଦ୍ର ତାଣ୍ଡି ଜଣେ ଚାଷୀ ମୂଲିଆ l ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ରାମଚନ୍ଦ୍ର ଗତ ୭ବର୍ଷ ତଳେ ସୁଗର ରୋଗ ରେ ଆକ୍ରନ୍ତ ହୋଇଥିଲେ l ଦୁର୍ଭାଗ୍ୟ ର ବିଷୟ ବର୍ତ୍ତମାନ ରାମଚନ୍ଦ୍ର କିଡ଼ନୀ ରୋଗାଗ୍ରସ୍ତ ହୋଇ ଅତି ଦୟନୀୟ ପରିସ୍ଥିତିରେ ଜୀବନ ବିତାଉଛନ୍ତି l ତାଙ୍କ ପାଖରେ ସରକାରଙ୍କ ପ୍ରଦତ୍ତ ଭତ୍ତା ମଧ୍ଯ ଅପହଞ୍ଚ ହୋଇ ରହିଛି ଆବଶ୍ୟକୀୟ ଚିକିତ୍ସା ପାଇବା କ୍ଷେତ୍ରରେ ନିରାଶ୍ରୟ ରାମଚନ୍ଦ୍ର ଙ୍କ ପାଇଁ ବlଧକ ସାଜିଛି ଅର୍ଥ l ଆଜି ଏ ସଂକ୍ରାନ୍ତରେ ରାମଚନ୍ଦ୍ର ନିଜର ଅଭାବ ସମ୍ପର୍କରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରlଣl ଙ୍କୁ ଗୁହାରି କରିଛନ୍ତି l ମୋତେ ପ୍ରଶାସନ ତରଫରୁ କିଛି ସରକାରୀ ସାହାଯ୍ଯ ସହଯୋଗ ପ୍ରଦାନ କରିବାକୁ ରାମଚନ୍ଦ୍ର ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି l