-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଏଣେତେଣେ ସକ୍ପିଟ ନିର୍ମାଣ କରି ଟଙ୍କା ହଡପ ଯୋଜନା

04-Sep-2023



ପାଟଣାଗଡ଼ (ପ୍ରେରଣା ଖବର) ସରକାର ସ୍ବଛ ଭାରତ ମିଶନ କରିବା ପାଇଁ ମନରେଗା ଯୋଜନାରେ ପଞ୍ଚାୟତ ଜରିଆରେ ଲୋକଙ୍କ ପାଖରେ ବାସନକୁସନ ମାଜିବା ଲାଗି ସକ୍ପିଟ ନିର୍ମାଣ କରିବାକୁ ଆଦେଶ ଦେଇଛନ୍ତି। କିନ୍ତୁ ଏଠି ପ୍ରଶାସନିକ ଅଧିକାରୀ ଓ ଠିକାଦାର ମାନେ ମିଶି ନିମ୍ନ ମାନର ସକ୍ପିଟ ନିର୍ମାଣ କରି ଟଙ୍କା ହଡପ କରିବା ଯୋଜନାରେ ଲାଗିଛନ୍ତି। ଯେପରି ସ୍ଵଚ୍ଛ ଭାରତ ମିଶନ ରେ ପାଇଖାନା ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା ଠିକ୍ ସେଭଳି ସକ୍ପିଟ ଦୁର୍ନୀତି ମଧ୍ୟ ଚରମସୀମା ରେ ପହଞ୍ଚିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ଅନୁମାନ କରାଯାଏ। ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଲିଖମାର ପଞ୍ଚାୟତ ବାଲିଖମାର ଗାଁ ରେ କମ୍ପୋଷ୍ଟ ପିଟ ଓ ପଚାଶ ଜଣଙ୍କ ପାଇଁ ସକ୍ପିଟ ନିର୍ମାଣ ପାଇଁ ୩୫୦୦୦୦ ଟଙ୍କା ଆସିଥିବା ବେଳେ ଉକ୍ତ ଗାଁ ରେ ବାହାର ରାଜ୍ୟର ଶ୍ରମିକ ଆଣି ଠିକାଦାର ଏଣେତେଣେ ସକ୍ପିଟ ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ଖାଲି ଗୋଟେ କି ଦୁଇଟି ନୁହେଁ ଗାଁର ସବୁ ଯାକ ସକ୍ପିଟ ନିମ୍ନ ମାନର ନିର୍ମାଣ ହୋଇଥିବା ବେଳେ କମ୍ ପରିମାଣରେ ନିର୍ମାଣ କରାଯାଇଛି। ଏକାଧିକ ଲୋକଙ୍କ ପାଇଁ ଗୋଟିଏ ଲେଖାଏଁ ନିର୍ମାଣ କରି ଅଧିକ କରାଯାଇଥିବା ଦର୍ଶାଯାଇଛି। ଏଠି ପ୍ରଶ୍ନ ଉଠୁଛି ଯେ ସୂଚନା ଫଳକ ରେ ଶ୍ରମିକ ମୂଲ୍ୟ ୩୮୪ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଅଞ୍ଚଳର ଶ୍ରମିକ ନିୟୋଜିତ କରାଗଲା ନାହିଁ କାହିଁକି? ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ଲଗାଇ କାର୍ଯ୍ୟ କରିବା ପାଇଁ କିଏ ପରାମର୍ଶ ଦେଇଛି ତାହା ତଦନ୍ତ ସାକ୍ଷେପ। ଗୋଟିଏ ହିତାଧିକାରୀ ପାଇଁ ଗୋଟିଏ ଲେଖାଏଁ ସକ୍ପିଟ ନିର୍ମାଣ କାର୍ଯ୍ୟ କରିବାକୁ ନିୟମ ଥିବା ବେଳେ ଗୋଟିଏ ରେ ଚାରୋଟି ସଂଯୋଗ କରିବା ର ଅର୍ଥ କ'ଣ? ଆହୁରି ଗୋଟାଏ କଥା ହେଉଛି କାମ ଏମିତି ହୋଇଛି ଯେ ଅଳ୍ପ ଦିନ ମଧ୍ୟରେ ତାହା ଭାଙ୍ଗିରୁଜି ଚୁର୍ମାର ହୋଇଯିବ।ଏ ବିଷୟରେ ବାଲିଖମାର ପଞ୍ଚାୟତ ର ସରପଞ୍ଚ ପ୍ରତିକ୍ରିୟା ନେବାକୁ ଗଲାବେଳେ ମେଡମ ପ୍ରତିକ୍ରିୟା ଦେବାକୁ ମନା କରିଦେଲେ ଓ ଚିହିଁକି ଉଠି କହିଥିଲେ କି ଆପଣଙ୍କୁ ଅଭିଯୋଗ କିଏ କରିଛି ତାକୁ ମୋ ପାଖକୁ ଆଣନ୍ତୁ। ପୁଣି ମେଡମ କହୁଛନ୍ତି ଏଥିରେ ମୋର କୌଣସି ସ୍ବାର୍ଥ ନାହିଁ ଠିକାଦାର ତା ହିସାବରେ କାମ କରୁଛି ମୋର କିଛି ଲାଭ ନାହିଁ। ଯଦି ସରପଞ୍ଚ ଙ୍କ କୌଣସି ସ୍ବାର୍ଥ ନାହିଁ ତାହେଲେ ସେ ଗଣମାଧ୍ୟମ ପ୍ରତିନିଧି ଆଗରେ ନିଜର ମନ୍ତବ୍ୟ ଦେବାକୁ ନାରାଜ କାହିଁକି? ଏଥିରୁ ସକ୍ପିଟ ଦୁର୍ନୀତି ବାଲିଖମାର ପଞ୍ଚାୟତ ରେ କିଭଳି ଚାଲିଛି ଆକଳନ କଲେ ଜାଣିପାରିବେ।ଏ ବିଷୟରେ ଏପିଓ ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ମେଡମ କଲ୍ ଗ୍ରହଣ କରି ନଥିଲେ।ଏ ବିଷୟରେ ବିଡ଼ିଓ ଙ୍କୁ ପଚାରିବାରୁ ସେ କହିଲେ କି କାମ କରିବା ପାଇଁ ଲୋକ ମିଳୁନାହିଁ ତ ସେଥିପାଇଁ ବାହାର ରାଜ୍ୟର ଲୋକ ଦ୍ବାରା କାମ କରାଯାଉଅଛି। ଅନ୍ୟ ପକ୍ଷରେ ଲୋକ ମନରେଗା ଯୋଜନାରେ କାମ ନପାଇ ବିଡ଼ିଓ ଙ୍କୁ ଅଭିଯୋଗ କରୁଛନ୍ତି।ସରପଞ୍ଚ ଓ ପିଇଓ ଜରିଆରେ ଏ କାମ ହେଉଛି ଆଉ ଭଲ କାମ ହେଉଛି କି ନାହିଁ ସରପଞ୍ଚ ଓ ପିଇଓ ଙ୍କୁ ଅଭିଯୋଗ କରନ୍ତୁ ବୋଲି ବିଡ଼ିଓ ମନ୍ତବ୍ୟ ଦେଇଥିଲେ।ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମନରେଗା ଯୋଜନାରେ ସକ୍ପିଟ କାମ କିଭଳି ଦୁର୍ନୀତି ହେଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like