-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
17-Aug-2023
ଖପ୍ରାଖୋଲ (ପୂର୍ଣ୍ଣ ଶଶୀ ଶେଖର ରାଓ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଦ୍ୱାରା ତିନି ଜଣ ଚୋର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ ଗତ କିଛି ଦିନ ତଳେ ଖପ୍ରାଖୋଲ ଠାରେ ବିଭିନ୍ନ ଦୋକାନ ରୁ ଚୋରି ହୋଇଥିବା ରୁ ଖପ୍ରାଖୋଲ ଥାନା ରେ ୨/୦୮/୨୩ ଦିନ ଅଭିଯୋଗ ହୋଇଥିବା ବେଳେ ଥାନା କେଶ୍ ୧୩୫/୧୩୬ ୨.୮.୨୩ ୟୁ, ଏସ୍ ୪୫୭/୩୮୦ ଆଇ ପି ସି ଧାରା ଅନୁସାରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ତଦନ୍ତ କରି ଆଜି ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଶୁଭମ୍ ପଟ୍ଟନାୟକ (୨୫) ପିତା.ପ୍ରଫୁଲ୍ଳ ପଟ୍ଟନାୟକ, ସନ୍ତୋଷ ସାହୁ (୨୨) ପିତା.ପ୍ରଦୀପ ସାହୁ, ଚିତ୍ତରଞ୍ଜନ ପାଣ୍ଡେ (୨୨) ପିତା.ସୁରେଶ ପାଣ୍ଡେ ସମସ୍ତେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅଞ୍ଚଳ ର ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।