-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
ଭୁବନେଶ୍ୱର, (ପ୍ରେରଣା ଖବର ବ୍ୟୁରୋ: ପରୀ ହତ୍ୟା ଘଟଣା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ପୁଣି ନୟାଗଡ଼ ଜିଲ୍ଲାରୁ ଜଣେ ଶିଶୁକନ୍ୟା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇଛି ।
ରଣପୁର ବ୍ଲକ, ଦଧିପାଟଣା ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ତିନି ବର୍ଷର ଝିଅ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି । ସୁନାଖଳା ଫାଣ୍ଡିରେ ଗତକାଲି ଏ ସମ୍ପର୍କରେ ଏତଲା ଦିଆଯାଇଛି । ସଞ୍ଜୟ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା ବେଳେ ହରପ୍ରିୟା ଖେଳା-ଖେଳି କରୁଥିବା ବେଳେ ନିଖୋଜ ହୋଇଯାଇଛି । ଆଖ ପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ କୁନି ଝିଅକୁ ପାଇନଥିଲେ ବାପ-ମା। ଥାନାରେ ଅଭିଯୋଗ ହେବା ପରେ ପୋଲିସ ବେଶ ସକ୍ରିୟ ହୋଇ ଖୋଜା ଖୋଜି ଆରମ୍ଭ କରିଛି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ଟ ଟିମ ମଧ୍ୟ ଗାଁରେ ଥିବା ତିନିଟି ପୋଖରୀ ଓ ନିକଟସ୍ଥ ଜଙ୍ଗଲ ଖୋଜାଖୋଜି କରି ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ।
କିନ୍ତୁ ଏବେ ସୁଦ୍ଧା କୁନି ଝିଅ ହରପ୍ରିୟାର ପତ୍ତା ମିଳିପାରିନାହିଁ । ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଦଧିପାଟଣା ଗାଁରେ ଛାନଭିନ ଜାରି ରଖିଛନ୍ତି । ତେବେ ସାଧାରଣରେ ଏଭଳି ନିଖୋଜ ଘଟଣାକୁ ନେଇ ଖୁବ ଭୟ ସୃଷ୍ଟି ହୋଇଛି । ୫ ମାସ ତଳେ ପରୀ ସହ ଯାହା ଘଟିଥିଲା ସମାନ ଘଟଣା ହରପ୍ରିୟା ସହ ଘଟିବ ନାହିଁ ତ ? ଏହାର ଉତ୍ତର କିଏ ଦେବ ?