-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର: ରାଜଧାନୀର ୪ଟି ବାରକୁ କମିଶନରେଟ ପୋଲିସ ପକ୍ଷରୁ ସିଲ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ୪ଟି ବାରକୁ ସିଲ କରାଯିବା ସହ କମିଶନରେଟ ପୋଲିସ ୭୨ ଜଣ ଗ୍ରାହକଙ୍କୁ ୨୮ ହଜାର ଟଙ୍କାର ଫାଇନ୍ କରିଛି। ସୂଚନାଥାଉ କି, କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ବିଭିନ୍ନ ବାର୍ରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବଡ଼ଗଡ଼, ବାଲିଅନ୍ତା, ଲକ୍ଷ୍ମୀସାଗର ଅଞ୍ଚଳରେ ୧୦ଟି ବାର୍ ଉପରେ କରାଯାଇଥିଲା। ସେହିପରି ଖାରବେଳନଗର, କ୍ୟାପିଟାଲ ଥାନା ଅଞ୍ଚଳରେ ୬ଟି ବାର୍ ଉପରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ।
କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୪ଟି ବାରକୁ ସିଲ କରିଥିଲା କମିଶନରେଟ ପୋଲିସ।