-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
26-Jul-2023
ବରଗଡ:- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ଥାନା ଅଞ୍ଚଳରେ ପୁଣି ନିଜ ଉପସ୍ଥିତ ଜାହିର କରିଛନ୍ତି ମାଓବାଦୀ ଲାଲବାହିନୀ । ପାଇକମାଲ ଥାନା ଅନ୍ତର୍ଗତ ବରତୁଣ୍ଡା ଓ ଜାମସେଠ ଗ୍ରାମରେ ମାଓବାଦୀ ମାନେ ୪ ଗୋଟି ଲାଲ ବେନର ଲଗାଇ ତାଙ୍କ ଉପସ୍ଥିତି ଜାହିର କରିବା ଦେଖିବାକୁ ମିଳିଛି।ଚଳିତ ମାସର ୨୮ ତାରିଖ ଠାରୁ
ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଅତି ଧୁମଧାମରେ ସହିଦ ସପ୍ତାହ ପାଳନ କରାଯିବ ବୋଲି ବେନରରେ ଉଲ୍ଲେଖ ରହିଛି । ଏହା ସହ ଦାଦନ ସମସ୍ୟା ଓ ମନରେଗା କାମ ବିଷୟରେ ବେନରରେ ଲେଖାଯାଇଥିବା ଜଣାଯାଏ । ମାଓ ବେନର ଲାଗିଥିବା ଖବର ପାଇବା ପରେ ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ ଗୋଟି ବେନରକୁ ଜବତ କରିଥିବା ଜଣାଯାଏ