-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
18-Jul-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ )ଗତ କାଲି ସୋନପୁର -ବାଲାଙ୍ଗୀର ରୋଡ଼ ରେ ହୋଇଥିବା କାର ଓ ବାଇକ ଦୁର୍ଘଟଣା ର ତିନି ଜଣ ଆହତ ଙ୍କୁ ସୁବର୍ଣ୍ଣପୁର ସଦର ଡାକ୍ତର ଖାନା କୁ ଆଣି ଚିକିତ୍ସା କଲେ ଅବକାରୀ ଏସପି ସୁମତି ତ୍ରିପାଠୀ l ଜ଼ିଲ୍ଲାପାଳ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ତରଭା ଗସ୍ତ ରେ ଯାଉଥିବା ବେଳେ ଅର୍ଜୁନ ପୁର ଛକ ରେ ଦୁର୍ଘଟଣା ରେ ଗୁରୁତର ଅବସ୍ଥା ରେ ଥିବା ଜଣେ ଯୁବତୀ ଓ ଦୁଇଜଣ ବ୍ୟକ୍ତି ଙ୍କୁ ଦେଖି ଅଟକି ଗଲେ ପ୍ରଶାସିକା ଶ୍ରୀମତୀ ତ୍ରିପାଠୀ l ଏବଂ ତୁରନ୍ତ ସେଠୁ ନିଜ ଗାଡି ରେ ମେଡିକାଲ ଆଣି ଚିକିତ୍ସା କରାଇ 3 ଜଣ ଙ୍କ ଜୀବନ ବଞ୍ଚାଇଥିଲେ l ଅବକାରୀ ଏସପି ଶ୍ରୀମତୀ ତ୍ରିପାଠୀ ଙ୍କ ଏଭଳି ମାନବିକତା କୁ ବୁଦ୍ଧିଜୀବୀ ମହଲ ରେ ଖୁବ ପ୍ରଶଂସା କରାଯାଇବା ବେଳେ ଶ୍ରୀମତୀ ତ୍ରିପାଠୀ ସହର ତଥା ଜ଼ିଲ୍ଲା ର ଅନେକ ସାମାଜିକ କାର୍ଯ୍ୟ ଓ ସଂlସ୍କୃତିକ ଉତ୍ସବ ରେ ସାମିଲ ହୋଇ ଖୁବ ଲୋକ ପ୍ରିୟ ହୋଉଥିବା ଜଣାଯାଏ l ପୂର୍ବ ରୁ ପୋଲିସ ଏସପି ଶ୍ରୀ ଅମରେଶ ପଣ୍ଡା ମଧ୍ୟ ବିନିକା ରାସ୍ତା ଓ ବାଲାଙ୍ଗୀର ରାସ୍ତା ରୁ ଅନେକ ଦୁର୍ଘଟଣା ଗ୍ରସ୍ଥ ଆହତ ଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ଚିକିତ୍ସା କରାଇ ଜୀବନ ବଞ୍ଚାଇବା ଘଟଣା ଭଳି ଭଲ ଖବର ଖୁବ ଚର୍ଚ୍ଚା ପାଲଟିଥିଲା l