-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
18-Jul-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସୋନପୁର ସହରଠାରୁ ମାତ୍ର ୨ କି.ମି. ରାସ୍ତା ଜନମୁରା ଯିବା ରାସ୍ତାର ଲୋକନାଥ ମନ୍ଦିର ପାଖରେ ଥିବା ରେଲୱେ ବାଇପାସ୍ ରାସ୍ତା ନିର୍ମାଣ ମନ୍ଥର ଗତିରେ ଚାଳିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ ବର୍ଷାପାଣି ଜମି ରହୁଛି ଫଳରେ ଲୋକେ ଯାତାୟାତ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ଗଲେ ମଡେଲ ଡିଗ୍ରୀ କଲେଜ, ଓଡିଶା ଆଦର୍ଶ ବିଦ୍ୟାଳୟ, ସୁକାନ୍ତି ଇଣ୍ଟରନେସନାଲ ସ୍କୁଲ, ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ, ଜନମୁରା ପଞ୍ଚାୟତ ଅଫିସ ପଡେ । ଫଳରେ ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବର୍ଷା ପାଣି ଓ କାଦୁଅରେ ଲୋକେ ଯାତାୟତ ସମୟରେ କିଛି ଲୋକ ବାଇକରୁ ଖସିପଡି ଆହତ ହେଉଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ନିର୍ମାଣ ପାଇଁ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ଯ ଏହାର କୌଣସି ସମାଧାନ ହୋଇ ପାରିନାହିଁ । ଯଦି ଏହି ରାସ୍ତା ଶୀଘ୍ର ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ପ୍ରବଳ ବର୍ଷାରେ ଲୋକେ ପାଣିରେ ପାର ହୋଇ ଯାତାୟତ କରିବାକୁ ପଡିବ ବୋଲି ଆଶଙ୍କ କରାଯାଉଛି । ଏହା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।