-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
18-Jul-2023
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ ): ଜିଲ୍ଲା ଖାଉଟି ଉପଭୋକ୍ତା କର୍ମଶାଳା ଶିବିର ସ୍ଥାନୀୟ ଅମଲା ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଆଦିତ୍ୟ ଶିକ୍ଷା ଓ ଚାରିଟେବୁଲ୍ ଟ୍ରଷ୍ଟ ଦ୍ଵାରା ଆୟୋଜିତ କର୍ମଶାଳାରେ ଟ୍ରଷ୍ଟମୁଖ୍ୟ ଶଙ୍କର୍ଷଣ ତ୍ରିପାଠୀ ଓ ଉପଦେଷ୍ଟା ଏସ୍ .କିରଣଙ୍କ ମାର୍ଗ ଦର୍ଶନରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ରୂପେ ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ କୁମାର ତ୍ରିପାଠୀ, ଡା.ବି .ଏନ୍. ଶ୍ରୀକାନ୍ତ, ଉମାକାନ୍ତ ହୋତା, ବାସନ୍ତୀ ଦେବୀ,ଶଶୀ ଭୂଷଣ ପୁରୋହିତ, ପୀତବାସ ପଣ୍ଡା ଥିଲେ ।
ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଜିଲ୍ଲା ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ, ସମ୍ମାନିତ ଅତିଥି ଉମାକାନ୍ତ ହୋତା, ହିମାନୀ ତ୍ରିପାଠୀ, ମୁଖ୍ୟ ବକ୍ତା ଜ୍ୟୋସ୍ନା ରାଣୀ ମିଶ୍ର, ସଭାପତି ରବୀନ୍ଦ୍ର ନାରାୟଣ ତ୍ରୀପାଠୀ ଥିବା ବେଳେ କବିଶ୍ରୀ ନବକିଶୋର ବେହେରା ସଭା ପରିଚାଳନା କରିଥିଲେ। ଅଶୋକ କୁମାର ମେହେର ଅତିଥି ପରିଚୟ ସହିତ ଉଦେଶ୍ୟ ଜ୍ଞାପନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ କୃତୀ ପ୍ରତିଯୋଗୀ ବିନ୍ଦିଆ ବେହେରା, ରାଜଶ୍ରୀ ସୁବୁଦ୍ଧି, ପ୍ରିୟଙ୍କା ମହାପାତ୍ର, ଜୟ ଗୋପାଳ ମିଶ୍ର, ଡିଲେଶ୍ବର ସାହୁ, ତସ୍ନିନ ଆଫ୍ରିଜା ଓ ରୀତିକ୍ ମହାନନ୍ଦ ଙ୍କୁ ପୁରସ୍କୃତ କରାଯାଇଥିଲା।