-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
11-Dec-2020
ବାଲେଶ୍ୱର, (ପ୍ରେରଣା ଖବର) - ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ଅଭିଯୋଗରେ ଯୁବକ ଗିରଫ । ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କଲା ସୋର ପୋଲିସ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ପରେ ଯୁବତୀଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ହୋଇଥିଲା!!
ଅଭିଯୋଗ ପରେ ସୋର ପୋଲିସ ଫଟୋ ଭାଇରାଲ୍ କରିଥିବା ସୋସିଆଲ ମିଡିଆ ଆଇଡି ଓ ମୋବାଇଲ ନମ୍ଵରକୁ ଟ୍ରାକିଙ୍ଗ୍ କରି ଯୁବକ ଜଣକ ବେଙ୍ଗାଲୁରୁରେ ଥିବା ଜାଣିବାକୁ ପାଇଥିଲେ । ପରେ ଏକ ଟିମ୍ ଗଠନ କରି ଅଭିଯୁକ୍ତ ଯୁବକକୁ ବେଙ୍ଗାଲୁରୁରୁ ଗିରଫ କରିଥିଲା ପୋଲିସ । ଯୁବକଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି!!