-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
11-Dec-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ସରକାରୀ ଭୁଲ ଯୋଗୁଁ ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବାହାଲବୁକା ଗ୍ରାମବାସୀ ୨୦୧୮-୧୯ ଏବଂ ୨୦୧୯-୨୦ ଫସଲବୀମାରୁ ଏପର୍ଯ୍ୟନ୍ତ ବଂଚିତ ହୋଇଛନ୍ତି । ବୁବେଲ ପଂଚାୟତର ଅନ୍ୟାନ୍ୟ ଗ୍ରାମ ଫସଲ ବୀମା ରାଶି ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନ ପାଇବାରୁ ଗ୍ରାମବାସୀଙ୍କ ମନରେ ଉଦ୍ବେଗ ପ୍ରକାଶ ପାଇଥିଲା । ଜିଲ୍ଲା କୃଷି ଅଧିକାରୀ ଏବଂ ବ୍ଲକ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ବାହାଲବୁକା ଗ୍ରାମ ବୁବେଲ ପଂଚାୟତ ଅନ୍ତର୍ଗତ ନ ହୋଇ ରଣ୍ଡା ଗ୍ରାମ ପଂଚାୟତରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ଦର୍ଶାଇଥିଲେ । ଗ୍ରାମବାସୀ ବୁବେଲ ପଂଚାୟତରୁ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଥିଲେ ମଧ୍ୟ ଶସ୍ୟବୀମା ପାଇଁ ରଣ୍ଡା ଗ୍ରାମ ପଂଚାୟତରେ ଅନ୍ତର୍ଭୁକ୍ତ ହେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ଆଜି ଗ୍ରାମର ସମସ୍ତ ଆବାଳ, ବୃଦ୍ଧ ବନୀତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ବିଷୟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଉତ୍ତରରେ ଜିଲ୍ଲାପାଳ ଆଗାମୀ ୭ ଦିନ ଭିତରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର, ଦୟାନିଧି ରଣା, ରାଜୀବ ରଣା, କିଶୋର ରଣା, ମନୋଜ ରଣା, ଚମ୍ପେଶ୍ୱର ରଣା, ଦୈତ୍ୟ ରଣା, ମନବୋଧ ମୁନା, ହାଡୁ ମଟାରୀ, ଜିବର୍ଦ୍ଧନ ରଣା, ଲଳିତ ରଣା, ପରମେଶ୍ୱର ରଣା, ଡାକ୍ତର ରଣା, ଶ୍ୟାମ ସେଲୁନ, ମନରଂଜନ କୁମ୍ଭାର, ଶରତ ସୁନା, କୁଶଲେଶ୍ୱର କୁଅଁର, ରାମପ୍ରସାଦ ମଟାରୀ, ବୁଲୁ ମଟାରୀ, ମଗସିର ରଣା, ଲଳିତ ରଣା, ମୀନକେତନ ରଣାଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।