-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jun-2023
ଲୋଇସିଂହା(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ବାଦୀବାହାଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଅଗଲାପାଲି ନିବାସୀ ଭଗବତୀ ଦାସ ଙ୍କ ସାନ ପୁଅ ସୁଜିତ ଦାସ ଆଜି ସକାଳୁ ସୋନାଲିକା ଟ୍ରାକ୍ଟର ରେ ସ୍ଥାନୀୟ ବାଦୀବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ ଙ୍କ କାମରେ ଯାଇଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଲା ଏବଂ ଘଟଣା ସ୍ଥଳରେ ଦେହାନ୍ତ ହେଲା l ଭାରସାମ୍ୟ ହରାଇ ଥିବା ଯାନଟି ସରପଞ୍ଚ ତ୍ରିପାଠୀ ଙ୍କ ଏବଂ ଫିଟନେସ ନ ଥିବା ଚର୍ଚ୍ଚା ହେଉଛି l ସୁଜିତ ର ବର୍ଷ ପନ୍ଦର ବର୍ଷ ଏବଂ ଜଣେ ନାବାଳକ ଥିଲେ l ସୁଜିତ ଯୁଗୀସୁଡ୍ଡା ହରିହର ହାଇସ୍କୁଲ ରେ ଦଶମ ଶ୍ରେଣୀ ପଢୁଥିଲେ lଲୋଇସିଂହା ରୂ ଦେବାନନ୍ଦ ପୁଟେଲ