-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
17-Jun-2023
ବଲାଙ୍ଗିର (ଦେବାଶିଷ ବହିଦାର): ଗ୍ୟାସ ସିଲିଣ୍ଡର ରୁ ଅଳ୍ପକେ ବର୍ତିଲେ ପରିବାର ଲୋକେ । ସାମାନ୍ୟ ବିଳମ୍ବ ହୋଇଥିଲେ ଏକ ବଡ ଅଘଟଣ ଘଟି ଧନଜୀବନ ନଷ୍ଟ ହେବାର ସମ୍ଭାବନା ଥିଲା । କୌଣସି ଯlନ୍ତ୍ରିକ ତୃଟିରୁ ଗ୍ୟାସ ସିଲଣ୍ଡରରୁ ନିଆଁ ବାହାରି ଥିଲା । ଆଉ କିଛି ସମୟ ପରେ ଏହା ବିଷ୍ଫୋରଣ ହେବାର ସମ୍ଭାବନା ଥିଲା ।ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁନିସିପାଲିଟି ଅନ୍ତର୍ଗତ ଇନ୍ଦିରା ନଗରରେ । ଇନ୍ଦିରି ନାଗରର ହୃଦାନନ୍ଦ ଦେହୁରି ଙ୍କ ଘରେ ଆଜି ସକାଳେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ବାହାରିଥିଲା । ଏହା ଦେଖି ପରିବାର ସଦସ୍ୟ ମାନେ ସତର୍କ ହୋଇଯାଇଥିଲେ । ପରିବାରର ସଦସ୍ୟ ମାନେ ଭୟରେ ଘରୁ ବାହାରି ଆସିଥିଲେ । ତେବେ ସୌଭାଗ୍ୟବସତଃ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।