-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ବିଶେଷ

ଚାଷୀର ପୋଷାକ

09-Dec-2020



(ପ୍ରେରଣା ଖବର) ଜଣେ ସାମ୍ବାଦିକ ବନ୍ଧୁ, ଅନେକ ଦିନ ତଳେ ଜଣେ ସମ୍ପାଦକଙ୍କ ପାଖରେ କାମ କରିବାର ସୁଯୋଗ ପାଇଥିଲେ। ସେ ସମୟରେ ପଶ୍ଚିମ ଓଡ଼ିଶାରେ ‘ଧାନମଣ୍ଡି’ ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଥିଲା। (ଏବେବି ଚାଲିଛି) ଖବର ପ୍ରସାରଣ ବେଳେ ବରଗଡ଼ ଜିଲ୍ଲାର ଜଣେ ଚାଷୀଙ୍କର ପ୍ରତିକ୍ରିୟା ଟିଭିରେ ବାଜିଲା, ଯାହାକୁ ନେଇ ସମ୍ପାଦକ ମହାଶୟ ରୁଷ୍ଟ ହେଲେ। ତାଙ୍କର ଯୁକ୍ତି ଥିଲା, ଯେଉଁ ଭଦ୍ରବ୍ୟକ୍ତିଙ୍କର ପ୍ରତିକ୍ରିୟା ଟିଭିରେ ବାଜିଲା, ସେ ଚାଷୀ ନୁହଁନ୍ତି। କାରଣ ତାଙ୍କ ପୋଷାକ ଚାଷୀର ନୁହେଁ, କିମ୍ବା ତାଙ୍କ ପୋଷାକକୁ ଚାଷୀର ପୋଷାକ ବୋଲି କହିହେବନି, ଅଥବା ତାହା ଗ୍ରହଣୀୟ ନୁହେଁ। କଥାଟି କୌତୂହଳ ସୃଷ୍ଟି କଲା। ଯେମିତି ଡାକ୍ତର, ଯେମିତି ଆଶାଦିଦି, ଯେମିତି କଲେଜ ଛାତ୍ରଛାତ୍ରୀ, କିମ୍ବା ସରକାରୀ ବସ୍ କର୍ମଚାରୀଙ୍କର ‘ୟୁନିଫର୍ମ’ ଥାଏ, ଆମ ଦେଶରେ ଚୀଷୀର ସେମିତି ୟୁନିଫର୍ମ ନାହିଁ। କାହିଁକି ନାହିଁ? ମୋର ଜଣେ ବନ୍ଧୁ ମତେ ଏ ପ୍ରଶ୍ନଟି କଲେ। ମୋ ଅକଲ ଗୁଡୁମୁ। ସେ ଭଲ ଯୁକ୍ତିଟିଏ ବାଢ଼ିଲେ। କହିଲେ, ତମେ ସାମ୍ବାଦିକମାନେ ତମ ଗାଡ଼ିରେ ପ୍ରେସ୍ ଲେଖିକି ବୁଲୁଚ, ଡାକ୍ତରମାନେ ତାଙ୍କର ଗୋଟାଏ ଚିହ୍ନ ଲଗୋଉଛନ୍ତି, ପୋଲିସ୍ କର୍ମଚାରୀ ମଧ୍ୟ ତାଙ୍କ ଗାଡ଼ିରେ ସଗର୍ବରେ ‘ପୋଲିସ୍’ ଲେଖୁଛନ୍ତି। ଠିକ୍ ସେହି ଢଙ୍ଗରେ ଚାଷୀ ମଧ୍ୟ ତା ଗାଡ଼ିରେ ‘ଅନ୍ନଦାତା’ ବୋଲି ଲେଖିଲେ ଅସୁବିଧା କ’ଣ? ମତେ ବନ୍ଧୁଙ୍କ କଥାଟା ସଂପୂର୍ଣ୍ଣ ଠିକ୍ ଲାଗିଲା। ଲଗେଇବା ଉଚିତ।
ଆମ ବାବୁମାନଙ୍କର ମନୋଭାବ ହେଲା, ଚାଷୀମାନେ ମଳିମୁଣ୍ଡିଆ ହେବା ଉଚିତ। ସେମାନେ କୋର୍ଟ ସୁଟ୍ ପିନ୍ଧିଲେ ତାଙ୍କୁ ମାନିବ ନାହିଁ, ନେଙ୍ଗୁଟି ମାରିବେ। ସେମାନେ ନିଜେ ଚାଷ କରିବେ, ଟ୍ରାକ୍ଟରରେ ଜମି ଚଷିଲେ ସେମାନେ ଦଲାଲ। ଦିଲ୍ଲୀ-ହରିୟାଣା ସୀମାରେ ଆନ୍ଦୋଳନ କରୁଥିବା ଲକ୍ଷ ଲକ୍ଷ ଚାଷୀ କ’ଣ ସମସ୍ତେ ଦଲାଲ? ପୂର୍ବ କଥାକୁ ଫେରିବା। ସମ୍ପାଦକ ମହାଶୟଙ୍କୁ କେହି ପଚାରି ପାରିଲେ ନାହିଁ ଯେ, ତାଙ୍କ ଦୃଷ୍ଟିରେ ଚାଷୀର ପୋଷାକ କେମିତିକା ହେବା ଉଚିତ? ତେବେ ତାଙ୍କ କଥାରୁ ଯାହା ଜଣାପଡ଼ିଲା, ପ୍ରତିକ୍ରିୟା ଦେଇଥିବା ବ୍ୟକ୍ତିଜଣକ ପ୍ୟାଣ୍ଟସାର୍ଟ ପରିହିତ, ଅଧ୍ୟାପକଙ୍କ ପରି ଦିଶୁଛନ୍ତି। ତେଣୁ ସେ କେମିତି ଚାଷୀ ହେଲେ? ସମସ୍ତେ ଆଶ୍ଚର୍ଯ୍ୟ। କୋଉଠି ଲେଖାଯାଇଛି, ଚାଷୀ ଖାଲି ନେଙ୍ଗୁଟି ମାରିକି ବୁଲିବ? ସେ କାହିଁକି କୋର୍ଟ ଟାଇ ପିନ୍ଧିପାରିବ ନାହିଁ? ଖାଲି ଦେହରେ ରହିବ? ସମ୍ପାଦକଙ୍କର ଏପରି ମାନସିକତା ଅଯୌକ୍ତିକ ଥିଲା। ଚାଷୀ ଭଦ୍ରଲୋକ ୧୫ଟି ଟ୍ରକରେ ତାଙ୍କ ଧାନ ଧରିକି ମଣ୍ଡିକୁ ଆସିଥିଲେ। ସେ ଜଣେ ବଡ଼ ଚାଷୀ ନିଶ୍ଚୟ। ସେ ନିଜେ କ୍ଷେତରେ କାମ କରୁଛନ୍ତି କି ନାହିଁ ଜଣାନାହିଁ। କିନ୍ତୁ କାମ କଲାବେଳେ ସେ ନିଶ୍ଚୟ ନେଙ୍ଗୁଟି ମାରି ଖାଲି ଦେହରେ କାମ କରୁଥିବେ। ଯେତେବେଳେ ସେ ନିଜ ଧାନ ବିକିବାକୁ ବଜାରକୁ ଆସିଛନ୍ତି, ସେତେବେଳେ ସେ କାହିଁକି ପ୍ୟାଣ୍ଟସାର୍ଟ ପିନ୍ଧିବେ ନାହିଁ? ଚାଷୀଙ୍କ ପୋଷାକ ଏବଂ ପରିପାଟିକୁ ନେଇ ନିଜର ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ତିଆରି କରିଥିବା ସମ୍ପାଦକ ମହାଶୟଙ୍କ କଥା ରଖିବାକୁ ସେହି ପ୍ୟାଣ୍ଟସାର୍ଟ ପରିହିତ ଚାଷୀଙ୍କ ପରିବର୍ତ୍ତେ ଜଣେ ଫୁଙ୍ଗୁଳା ଦେହର ଚାଷୀଙ୍କ ପ୍ରତିକ୍ରିୟା ପ୍ରସାରଣ କରାଗଲା। ଆଜି ଯଦି ଛୁଆଟିଏ ପାଠ ନପଢୁଛି, ତେବେ ମାଆଟିଏ ତାକୁ ଡରେଇବାକୁ କହୁଛି, ‘ପାଠ ନପଢ଼ି ମୁର୍ଖ ହେଲେ ଘରେ ରହି ଚାଷ କରିବୁ’। ଯେମିତି ଚାଷ କରିବା ଏକ ଦଣ୍ଡ। ଯେଉଁ ଚାଷୀ ଆମକୁ ଅନ୍ନ ଦେଉଛି, ଏଥିପାଇଁ ଯିଏ ଆମ ସମାଜରେ ଏକ ସମ୍ମାନଜନକ ସ୍ଥାନରେ ବସିବା କଥା, ତା ସଂପର୍କରେ ଆମ ସାମାଜିକ ଦୃଷ୍ଟିକୋଣ ଧୀରେ ଧୀରେ କେମିତି ନୀଚ୍ଚା ହୋଇଯାଇଛି ତାହା ଲକ୍ଷ୍ୟ କରନ୍ତୁ। ଆଜି ଯଦି ଛୁଆଟିଏ ପାଠ ନପଢୁଛି, ତେବେ ମାଆଟିଏ ତାକୁ ଡରେଇବାକୁ କହୁଛି, ‘ପାଠ ନପଢ଼ି ମୁର୍ଖ ହେଲେ ଘରେ ରହି ଚାଷ କରିବୁ’। ଯେମିତି ଚାଷ କରିବା ଏକ ଦଣ୍ଡ। ଯେମିତି ସରକାରୀ ଚାକିରିଆଙ୍କୁ ନେତାଏ ଡରାନ୍ତି, ‘ତତେ ମୁଁ କଳାହାଣ୍ଡି ବଦଳି କରିଦେବି’। ଯେମିତି କଳାହାଣ୍ଡିରେ କେହି ମଣିଷ ରହୁନାହାଁନ୍ତି ! କଳାହାଣ୍ଡି କେବଳ ଏକ ଦଣ୍ଡର ନାଁ। ବିଚିତ୍ର ମାନସିକତା। ସେମିତି ଚାଷ ଓ ଚାଷୀ ଏକ ଆତଙ୍କ। ପିଲାଟି ଦିନରୁ ଯୋଉଁ ମଣିଷ ଶୁଣିଲା, ଚାଷୀ ହେଲେ ବିପଦ, ସେ ବଡ଼ହେଲେ ଚାଷୀଙ୍କୁ କେଉଁ ଦୃଷ୍ଟିରେ ଦେଖିବ? ଚାଷୀକୁ ନେଇ ଏତେ ନ୍ୟୁନ ମାନସିକତା କାହିଁକି? ଦିଲ୍ଲୀ-ହରିୟାଣା ସୀମାରେ ଏବେ ଚାଷୀ ଆନ୍ଦୋଳନ ଚାଲିଛି। ବିଶେଷକରି ଦୁଇଟି ରାଜ୍ୟ ପଞ୍ଜାବ ଓ ହରିୟାଣାର ଚାଷୀ ସେଠାରେ ଆନ୍ଦୋଳନରେ ବସିଛନ୍ତି। କିନ୍ତୁ ସେମାନଙ୍କର ଏହି ଆନ୍ଦୋଳନକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଭିତରେ କାଦୁଅଫିଙ୍ଗା ଚାଲିଛି। ଅନେକ କହୁଛନ୍ତି, ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହଁନ୍ତି, ଦଲାଲ। ସେମାନେ କେବେବି ନେଙ୍ଗୁଟି ମାରି ବିଲରେ ପାଣିକାଦୁଅରେ ଖଟି ନାହାଁନ୍ତି। ସେମାନେ ଟ୍ରାକ୍ଟରରେ ଚାଷ କରନ୍ତି। ଇଏ କି ବିଚିତ୍ର କଥା !! ଜଣେ ଚାଷୀର ବହୁତ ଜମି, ସେ ଯଦି ଟ୍ରାକ୍ଟର ବ୍ୟବହାର କଲା, ଆଧୁନିକ ପ୍ରଣାଳୀରେ ଚାଷ କଲା, ତେବେ ସେ ଆଉ ଚାଷୀ ହୋଇ ରହିଲା ନାହିଁ? ସେ ଦଲାଲ ହୋଇଗଲା? ଆମ ବାବୁମାନଙ୍କର ମନୋଭାବ ହେଲା, ଚାଷୀମାନେ ମଳିମୁଣ୍ଡିଆ ହେବା ଉଚିତ। ସେମାନେ କୋର୍ଟ ସୁଟ୍ ପିନ୍ଧିଲେ ତାଙ୍କୁ ମାନିବ ନାହିଁ, ନେଙ୍ଗୁଟି ମାରିବେ। ସେମାନେ ନିଜେ ଚାଷ କରିବେ, ଟ୍ରାକ୍ଟରରେ ଜମି ଚଷିଲେ ସେମାନେ ଦଲାଲ। ଦିଲ୍ଲୀ-ହରିୟାଣା ସୀମାରେ ଆନ୍ଦୋଳନ କରୁଥିବା ଲକ୍ଷ ଲକ୍ଷ ଚାଷୀ କ’ଣ ସମସ୍ତେ ଦଲାଲ? ଦଳେ କହିଲେ, ସେମାନେ ସବୁ ଖଲିସ୍ତାନୀ ଆତଙ୍କବାଦୀ। କ’ଣ ଯେତେ ଚାଷୀ ଆନ୍ଦୋଳନ କରୁଛନ୍ତି ସମସ୍ତେ ଖଲିସ୍ତାନୀ ଆତଙ୍କବାଦୀ? କିଛିବର୍ଷ ହେଲା ଗୋଟେ ମନୋଭାବ ବୃଦ୍ଧି ପାଇଛି, ଯିଏ ସରକାର ବିରୋଧରେ କହିଲା, ସେ ଦୋଶଦ୍ରୋହୀ। ତା ବିରୋଧରେ କେଶ୍ ଦାଏର କରି ତାକୁ ହଇରାଣ ହରକତ କରିବାକୁ ପୂରା ସରକାରୀ ବ୍ୟବସ୍ଥାକୁ ଲଗେଇ ଦିଆଯାଉଛି। ଚାଷୀ ଆମ ଅନ୍ନଦାତା। ଆପଣ ଚନ୍ଦ୍ରକୁ ଯାନ ପଠେଇବାରେ ସମସ୍ୟା ନାହିଁ, କିନ୍ତୁ ଚାଷବାସ ହେଉଛି ଆମ ମୌଳିକ ଜୀବନଶୈଳୀ। ଆପଣ ଶିଳ୍ପ ବସାନ୍ତୁ କିନ୍ତୁ ଚାଷ ଓ ଚାଷୀକୁ ଗୁରୁତ୍ୱ ଦେଇ ଯାହା କରିବା କଥା କରନ୍ତୁ। ଚାଷ ଓ ଚାଷୀକୁ ଛାଡ଼ି ଯଦି କୌଣସି ସରକାର ଓ ଅର୍ଥନୀତିଜ୍ଞ କହୁଛି ଆମେ ୫-ଟ୍ରିଲିୟନ ଇକୋନୋମି ଠିଆ କରିଦେବୁ, ତେବେ ସେମାନେ ଭ୍ରମରେ ଅଛନ୍ତି। ଏହା ଅସମ୍ଭବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like