-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
08-Dec-2020
(ପ୍ରେରଣା ଖବର) କଟକ: ଭାରତ ବନ୍ଦ ପାଳନ ବେଳେ କଟକରେ ATM ଭଙ୍ଗାରୁଜା ଘଟଣାରେ ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବାଦାମବାଡ଼ି ପୋଲିସ୍। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଅଛନ୍ତି। କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଦେଶର ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲେ। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ। କିନ୍ତୁ ଭାରତ ବନ୍ଦ ପାଳନ ବେଳେ କଟକରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। କିଛି କଂଗ୍ରେସ କର୍ମୀ ବନ୍ଦ ସମୟରେ ଏଟିଏମ୍ ଭଙ୍ଗାରୁଜା କରିଥିଲେ। ପୋଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।