-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
01-May-2023
ବଙ୍ଗୋମୁଣ୍ଡା(ପ୍ରେରଣା ଖବର ): - ଗତ ଫେବୃୟାରୀ ୬ ତାରିଖ ଦିନ ମୁରିବାହାଲ ଥାନା ଅଧୀନରେ ଏକ ହତ୍ୟାକାଣ୍ଡ ଘଟିଯାଇଥିଲା । ଏହି ଦିନ ପଦ୍ମନ ହଂସ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ପଦ୍ମନ ହଂସ କଂଟାବାଞ୍ଜିର ସେଜି ସିଂ ଙ୍କ ଗାଡି ଚଳାଉଥିବା ବେଳେ ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିଲା । ଏ ନେଇ ମୁରିବାହାଲ ଥାନାରେ କେଶ ନମ୍ବର ୩୬୧ ରେ ଏକ ମାମଲା ଦାୟର ହୋଇଥିଲା । ହତ୍ୟାକାଣ୍ଡାର ୩ ମାସ ବିତି ଯାଇଥିଲେ ସୁଦ୍ଧା ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି । ଏ ନେଇ ଅସନ୍ତୋଷ ଗ୍ରାମବସୀ ରାସ୍ତା ରୋକ ମଧ୍ୟ କରି ସାରିଛନ୍ତି । । ଅପରାଧୀଙ୍କୁ ଗିରଫ କରିବାରେ ପୋଲିସର ବିଫଳତା ବିରୁଦ୍ଧରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ତରଫରୁ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥି ସହ ବଲାଙ୍ଗୀର ଏସ୍ପ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ମଧ୍ୟ ଯାଦବ ମହାସଭା ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସଂପାଦକ ଲକ୍ଷ୍ମଣ ବାଗ ଯାଦବଙ୍କ ନେତୃତ୍ୱରେ ଆଜି ଯାଦବ ସମାଜର ବହୁ ସଭ୍ୟ ସଭ୍ୟା ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ପଦ୍ମନ ହଂସର ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରା ନ ଗଲେ ଆାଗାମୀ ଦିନରେ ଯାଦବ ମହାସଭା ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।