-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
01-May-2023
ବଲାଙ୍ଗିର (ଦେବାଶିଷ ବହିଦାର ): ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗୀର ଶାଖା ତରଫରୁ ଆଜି ସ୍ଥାନୀୟ ସଂଘ କାର୍ଯାଳୟ ଠାରେ ସଭାପତି ପବିତ୍ର ଖୁଣ୍ଟିଆଙ୍କ ସଭାପତିତ୍ବରେ ବିଶ୍ବ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶିକ୍ଷାବିତ ମନୋରଞ୍ଜନ ସାହୁ (ସାଧାରଣ ସମ୍ପାଦକ ବଲାଙ୍ଗୀର ନାଗରିକ କମିଟି) ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅମରିଶ ମିଶ୍ର (ଉପଦେଷ୍ଟା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ), ଯୁଗ୍ମ ସଂପାଦକ ସମ୍ବିତ ପଣ୍ଡା, ଡିଭିଜନ ସଂପାଦକ ଉଦ୍ଧବ କରନ ଉପସ୍ଥିତ ରହି ଶ୍ରମିକ ମାନଙ୍କ ବିଷୟରେ ଆଲୋକପାତ କରିଥିଲେ।
ଉକ୍ତ ସଭାରେ ସଂଘର ପ୍ରମୁଖ ସଦସ୍ୟ ରାମକୁମାର ସା, ଅମିୟ ପଶାୟତ, ପ୍ରଶାନ୍ତ ଖଟୁଆ, ଅମିତାଭ ଦାସ, ସନ୍ତୋଷ ସୁଆର,ଶେଷବିନ୍ଦୁ ପ୍ରଧାନ,
ମନୋରଞ୍ଜନ ପାଢୀ, ମାଖନୁ ମଟାରୀ, ସୁରେଶ ଭୋଇ, ଅଜିତ କୁମାର ସାହୁ, ଲକ୍ଷ୍ମଣ ବିଶ୍ବାଲ, ହରିହର ପଧାନ ପ୍ରମୁଖ ଉପସ୍ଥିତ ରହି ସଭାକୁ ସୂଚାରୁରୁପେ ତୁଲାଇ ସଫଲ କରିଥିଲେ।