-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଅପରାଧ

ଅଭୟକାନ୍ତ ଙ୍କ ସହ ରେଞ୍ଜ ଅଧିକାରୀ ଙ୍କ ଲିଙ୍କ ନେଇ ତଦନ୍ତ ଜାରି ରହିଥିବା ସୂଚନା

08-Dec-2020



ବଲାଙ୍ଗୀର, (ପ୍ରେରଣା ଖବର ବ୍ୟୁରୋ) : ସାରା ରାଜ୍ୟରେ କୁବେର ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତଙ୍କ ଅମାପ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବଲାଙ୍ଗୀରରେ ବି ବନ ବିଭାଗର ଜଣେ ବଡ଼ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ଦୁର୍ନୀତି ନେଇ ବି ଅନେକ ଅଭିଯୋଗ ପୂର୍ବରୁ ଥିଲା । ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଟିଟିଲାଗଡ଼ ହାଟପଦାପଡ଼ାସ୍ଥିତ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ ।

ଚଢ଼ଉରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ଭିଜିଲାନ୍ସ ପାଇଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗୀର ଡି ଏଫ ଓ ତଥା ଫରେଷ୍ଟ ଗାର୍ଡ ରୁ ଫରେଷ୍ଟର ପାଲଟି ଥିବା  ଓ ଜାଲ କାଗଜପତ୍ର ରେ ନିଯୁକ୍ତ ଥିବା ନବୀନ ଦାସ ଏହି ବେଆଇନ କାରବାର ରେ ସକ୍ରିୟ ଥିବା ନେଇ ତଦନ୍ତ ଚାଲିଥିବା ଜଣାଯାଇଛି। ଉକ୍ତ ଅଭୟକାନ୍ତ ସହ ବଲାଙ୍ଗୀର ଡି ଏଫ ଓ ତଥା ଫରେଷ୍ଟର ନବୀନ ଦାସ ଙ୍କ ସହ ଲିଙ୍କ ରହିଥିବା ସୂଚନା ମିଳିଛି।

 ରେଞ୍ଜର ଶ୍ରୀ ନାୟକଙ୍କ ଟିଟିଲାଗଡ଼ ଘର (୭୨ଲକ୍ଷ), ଫାର୍ମହାଉସରେ ସେ କରିଥିବା ଘର (୨୬ଲକ୍ଷ), ପ୍ରାୟ ୪୨୦ ଗ୍ରାମ ସୁନାଗହଣା, ନଗଦ ୨ଲକ୍ଷ ୬୯ ହଜାର ଟଙ୍କା, ଗୋଟିଏ ବଲେରୋ, ଗୋଟିଏ ମହିନ୍ଦ୍ରା ଟିୟୁଭି, ପଲସର ବାଇକ, ଏଲ୍‌ଆଇସିରେ ଜମା କରିଥିବା ୧୨ଲକ୍ଷ, ୪ଟି ପ୍ଲଟ ଆଦି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଲତାଡ଼ ଭିଜିଲାନ୍ସ କରୁଛି । ସେ କେତେ ଟଙ୍କା ଜମା ରଖିଛନ୍ତି ତାହାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍‌ । ପ୍ରାୟ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ତାଙ୍କର ଥିବା ଅନୁମାନ କରାଯାଉଛି । ଭିଜିଲାନ୍ସ ମୁରିବାହାଲ ରେଞ୍ଜ କାର୍ଯ୍ୟାଳୟରେ ଫାଇଲପତ୍ର ସବୁକୁ ଛାନଭିନ କରିବା ସହ କିଛି କାଗଜପତ୍ର ଜବତ କରିଛି । ଏହାସହ ତାଙ୍କ ଟିଟିଲାଗଡ଼ ବାସଭବନରୁ ଅନେକ କିଛି କାଗଜପତ୍ର ଜବତ ହୋଇଛି ।
ସୂଚନାଯୋଗ୍ୟ,ନବୀକରଣ ଦାୟିତ୍ୱରେ ଥିଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ । ତାଙ୍କ ସମୟରେ ୨୦୨୦-୨୧ ବର୍ଷ ପାଇଁ ୭୨୬ କୋଟି ଟଙ୍କା ଅର୍ଥ ବରାଦ ହୋଇଥିଲା । ହେଲେ ଏ ଟଙ୍କା ଜିଲ୍ଲା ସ୍ତରରେ କେମିତି ଖର୍ଚ୍ଚ ହୋଇଛି ଦେଖିଲେ ଜଣାପଡୁଛି କେବଳ କାଗଜପତ୍ରରେ କରାଯାଇଛି ବନୀକରଣ । ବନୀକରଣରେ ମହାଦୁର୍ନୀତି କରାଯାଇଛି । ମୁରିବାହାଲ ରେଞ୍ଜ ସଦର ମହକୁମାରୁ ଅଳ୍ପ ଦୂରରେ ରହିଛି ଘୁଷୁରାମୁଣ୍ଡା ଗ୍ରାମ୍ୟ ଜଙ୍ଗଲ । ସେହି ଜଙ୍ଗଲରେ ଚଳିତ ବର୍ଷ ବନୀକରଣ କାମ ହାତକୁ ନିଆଯାଇଛି । ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କାମକୁ ଦେଖିଲେ ସବୁ କିଛି କାଗଜପତ୍ରରେ କରାଯାଇ ଅର୍ଥ ହରିଲୁଟ ଚାଲିଛି । ଅଧିକାଂଶ ସ୍ଥାନରେ ଗଛ ମରିଯାଉଥିବା ବେଳେ ଆଉ କେଉଁଠି ଚିହ୍ନବର୍ଣ୍ଣ ନାହିଁ । ମୁରିବାହାଲରୁ ବାରବନ୍ଧ ରାସ୍ତାରେ ଲାଗିଥିବା ଫଳକରୁ ଜଣାଯାଏ, ୨୦୨୦-୨୧ ବର୍ଷରେ ବନବିଭାଗ ପକ୍ଷରୁ ମନରେଗାରେ ଏଏନ୍‌ଆର୍‌ ବନୀକରଣ କାମ ହୋଇଛି । ପ୍ରକଳ୍ପ ଅଟକଳର ପରିମାଣ ୧୪ଲକ୍ଷ ୬୦ହଜାର ୯୯୮ । ଗତ ୧୫.୩.୨୦୨୦ରୁ କାମ ଆରମ୍ଭ ହୋଇଥିବା ବେଳେ ଏହା ୨୦୨୩ ପର୍ଯ୍ୟନ୍ତ କାମ ସରିବ । ୪୩୦୫ଟି ଶ୍ରମ ଦିବସ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରହିଛି । ଫଳକରୁ ଜଣାଯାଇଛି ୪୦ ହେକ୍ଟର ଜମିରେ ଗଛ ଲଗାଯାଇଛି । ଏବେ ରକ୍ଷଣାବେକ୍ଷଣ ୨୦୨୩ ଯାଏ ଚାଲିବ । ବନୀକରଣରେ ଯେତେ ଗଛ ଲଗାଯିବା କଥା ତାହା ଲାଗିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏପରିକି ଫଳକ ପାଖରେ କିଛି ଗଛ ଲଗାଯାଇ ଭିତରକୁ ଗଲେ ସବୁ ଫମ୍ଫା । ଯାହା ଲାଗିଛି ତାହାକୁ ବି ଠିକରେ ରକ୍ଷଣାବେକ୍ଷଣ କରାଯାଉ ନାହିଁ । ଗଛ ଲଗାଇ ରକ୍ଷଣାବେକ୍ଷଣ ନାଁରେ ବି ଟଙ୍କା ହରିଲୁଟ ଚାଲିଛି ।

ସେହିପରି ମୁରିବାହାଲରୁ ଗୁଡ଼ିଘାଟ ମୁଖ୍ୟ ରାସ୍ତାର ଘୁଷୁରାମୁଣ୍ଡା ଗାଁକୁ ଲାଗି ରହିଥିବା ଜଙ୍ଗଲରେ ବନୀକରଣ ଚଳିତ ବର୍ଷ କରାଯାଇଛି । ପ୍ରକଳ୍ପ ପାଇଁ ୨୫ଲକ୍ଷ ୫୩ହଜାର ୬୦୩ ଟଙ୍କା ଅଟକଳ ରଖାଯାଇ ବନୀକରଣ ହୋଇଛି । ଚାରିଆଡ଼େ ବାଉଁଶ ଘେରା ଦିଆଯାଇଥିବା ବେଳେ ଯେତେ ସଂଖ୍ୟାରେ ଗଛ ଲାଗିବା କଥା ତାହା ଲଗାଯାଇନି । ଅଧାରୁ କମ ସଂଖ୍ୟକ ଗଛ ଲାଗିଥିବା ଓ ତାହା ପୁଣି ଠିକ୍‌ରେ ରକ୍ଷଣାବେକ୍ଷଣ ହେଉନଥିବା ପଚରାଉଚୁରାରୁ ଜଣାପଡ଼ିଥିଲା । ମୁରିବାହାଲ ବ୍ଲକ୍‌ ତଥା ରେଞ୍ଜ ଅଞ୍ଚଳ ଜଙ୍ଗଲ ବିଭାଗ ପକ୍ଷରୁ ଚଳିତ ବର୍ଷ କୋଟିକୋଟି ଟଙ୍କା ବନୀକରଣରେ ଖର୍ଚ୍ଚ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like