-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
07-Dec-2020
କନ୍ଧମାଳ,.(ପ୍ରେରଣା ଖବର ): ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ଟାଙ୍ଗିଆରେ ଆକ୍ରମଣ କରିଛି ସ୍ବାମୀ। ଏଥିରେ ପତ୍ନୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଖଜୁରୀପଡ଼ା ଡାକ୍ତରଖାନା ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ କେସ ନଂ ୧୭/୨୦ ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ସଂଜୟ ନାୟକ (୪୦)ଙ୍କୁ ଖୋଜୁଥିବା ପୁଲିସ କହିଛି। ତେବେ ପୁଲିସ ଖୋଜୁଥିବା ଜାଣିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।ସୂଚନା ପ୍ରକାରେ ଖଜୁରୀପଡ଼ା ସଦର ମହକୁମା ବଙ୍ଗଳା ସାହିରେ ସଂଜୟ ନାୟକ ସବୁବେଳେ ମଦ୍ୟପାନ କରି ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପାଟିତୁଣ୍ଡ କରୁଥିଲେ। ହେଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସଂଜୟ ହଠାତ୍ ପାଖରେ ଥିବା ଏକ ଟାଙ୍ଗିଆ ଧରି ସ୍ତ୍ରୀ ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟ ଲକ୍ଷ୍ମୀଙ୍କ ମୁଣ୍ଡରେ ବାଜିବା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିବା ବେଳେ ଏ ନେଇ ପୁଅ ପବିତ୍ର ନାୟକ ଥାନାରେ ଏତଲା ଦେଇଛନ୍ତି।