-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
07-Dec-2020
ଭୁବନେଶ୍ବର, (ପ୍ରେରଣା ଖବର) - ବର୍ତ୍ତମାନ ହେବନି ୟୁଜି ଏବଂ ପିଜି ପରୀକ୍ଷା। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚଶିକ୍ଷା ବିଭାଗ। ଏବେ କରୋନା ସ୍ଥିତି ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢ଼ା ଯାଉଛି କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଏହାର ସୁବିଧା ନେଇ ପାରୁନାହାନ୍ତି। ଏଥିଲାଗି ଅନଲାଇନ ପାଠପଢ଼ାକୁ ନେଇ ଏବେ ପରୀକ୍ଷା କରିବା ଉଚିତ ହେବନି। ଯେତେବେଳ କ୍ଲାସରୁମ ପାଠପଢା ସମ୍ଭବ ହେବ ସେତେବେଳେ ପରୀକ୍ଷା କଥା ଚିନ୍ତା କରାଯିବ। କ୍ଲାସରୁମ୍ ପାଠପଢ଼ା ଏବଂ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି ଚିଠି ଲେଖି ଜଣାଇଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ।*କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ଜାରି ହୋଇଛି। ରାଜ୍ୟ ସରକାରଙ୍କ ଗାଇଡ ଲାଇନ୍ ଅନୁସାରେ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଛି। କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ। ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମଧ୍ୟ ବିଭାଗ ନେବ। ଡିସେମ୍ବର ୩୧ ଯାଏ କି କେଉଁ ଯାଏ ବନ୍ଦ ରହିବ, ବିଭାଗ ନିଷ୍ପତ୍ତି ନେବ। ସ୍କୁଲ, କଲେଜ ନଖୋଲୁଥିଲେ ବି ପରୀକ୍ଷା, ଖାତାଦେଖା ଚାଲୁ ରହିବ। ଅନ୍ଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦିଆଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ଡିସେମ୍ବର ୩୧ ଯାଏ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ହିତାଧିକାରୀଙ୍କୁ ଘରେ ରାସନ ପହଞ୍ଚାଇବା କାର୍ଯ୍ୟ ଜାରି ରହିବ।