-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଦେଶ ବିଦେଶ

ଆଶା ବଢ଼ାଇଲେ ଏମ୍ସ ନିର୍ଦେଶକ; ଜାନୁଆରୀରୁ ମିଳିବ ଟିକା

03-Oct-2020




ନୂଆଦିଲ୍ଲୀ,02/10 : ବୈଶ୍ବିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣ କ୍ରମଶଃ ବଢିଚାଲିଥିବା ବେଳେ ଟିକା ନ ଆସିବା ପର୍ଯ୍ୟନ୍ତ ସଚେତନତା ହିଁ ନିଜକୁ ସୁରକ୍ଷିତ ରଖିବାର ଏକମାତ୍ର ମହାମନ୍ତ୍ର।* *କେନ୍ଦ୍ରଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସଭସ୍ତେ ଏହାହିଁ କହୁଛନ୍ତି।*
*ଏଭଳି ପରିସ୍ଥିତିରେ ସଭିଁଙ୍କ ଦୃଷ୍ଟି କୋଭିଡ୍‌-୧୯ ଟିକା ଉପରେ ନିବଦ୍ଧ ହୋଇରହିଛି। ଭାରତ ସମେତ ବିଦେଶର ଏକାଧିକ କମ୍ପାନୀ ଏହି ଟିକା ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି। ଏପରିକି ରୁଷ୍‌ ଟିକା ପ୍ରସ୍ତୁତ କରିସାରିଥିବା ନେଇ ଦାବି ମଧ୍ୟ କରୁଥିଲେ ମଧ୍ୟ ସେଠାରେ ଲୋକଙ୍କୁ ଗଣଟିକା ଦାନ ହୋଇପାରିନଥିବା ଜଣାପଡିଛି। କେବେ କରୋନା କାଳ ସରିବ ସେଥିନେଇ ଲୋକଙ୍କ ଭିତରେ ଆଶା ଓ ଆଶଙ୍କା ବଢୁଥିବାବେଳେ ଏଭଳି ସ୍ଥିତିରେ କେବେ ଦେଶରେ କୋଭିଡ୍‌ ଟିକା କେବେ ଉପଲବ୍ଧ ହେବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଆଶଙ୍କା ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କିଛି ଆଶ୍ବାସନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଯୋଜନା ଅନୁଯାୟୀ ସବୁକିଛି ଠିକ୍‌ ଠାକ୍‌ ଚାଲେ, ତେବେ ଆଉ ଦୁଇମାସ ପରେ ଟିକା ଉପଲବ୍ଧ ହୋଇପାରିବ। ଅର୍ଥାତ୍ ୨୦୨୧ ଜାନୁଆରୀ ସୁଦ୍ଧା କରୋନା ଟିକା ବଜାରରେ ମିଳିବ।
   ଏକ ଘରୋଇ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତର ଗୁଲେରିଆ କହିଛନ୍ତି ଯେ, ଟିକା ଦେଶରେ କେତେ ଦିନରେ ପହଞ୍ଚିବ ତାହା କହିବା କଷ୍ଟକର। ତେବେ ଯଦି ସବୁ ଠିକ୍ ହୁଏ, ତେବେ ଟିକା ଆସନ୍ତା ବର୍ଷ ଆରମ୍ଭରେ ବଜାରରେ ମିଳିପାରେ। ଏହାସତ୍ତ୍ବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଲବ୍ଧ ଟିକା ଭାରତର ବୃହତ ଜନସଂଖ୍ୟାକୁ ପୂରଣ କରିବ ନାହିଁ। ଏଥିପାଇଁ ଆଉ କିଛି ମାସ ସମୟ ଲାଗିବ। ଏହାବ୍ୟତୀତ ଟିକା ଆସିବା ପରେ ଆଉ କିଛି ନୂଆ ଆହ୍ବାନ ମଧ୍ୟ ଆସିପାରେ। ଭାରତ ଭଳି ୧୩୮ କୋଟି ଲୋକଙ୍କ ଲାଗି ଏହାର ଉତ୍ପାଦନ ଏବଂ ବହୁଳ ବଣ୍ଟନ ନେଇ ସମସ୍ୟା ସୃଷ୍ଟି ହୋଇପାରେ।
ଟିକା ବଣ୍ଟନ କ୍ଷେତ୍ରରେ ପ୍ରାଥମିକତାକୁ ଗୁରୁତ୍ବ ଦିଆଯାଇପାରେ। ଏକ୍ଷେତ୍ରରେ ଯେଉଁମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ, ଅର୍ଥାତ୍ ବୟସ୍କ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଳିସ କର୍ମଚାରୀ ଆଦି ଯେଉଁମାନେ କରୋନା ମୁକାବିଲାରେ ସମ୍ମୁଖ ଭାଗରେ ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଥମେ ଟିକା ଦିଆଯିବା ଆବଶ୍ୟକ। ପ୍ରାଥମିକତା ନୀତି ଅନୁସରଣ କରାଗଲେ ଟିକା ବଣ୍ଟନ ସମାନ ଭାବରେ ହୋଇପାରିବ। ଯଦି ଏହି ପ୍ରାଥମିକତା ମଡେଲ୍ ଗ୍ରହଣ କରାଯାଏ ନାହିଁ, ତେବେ ଭୂତାଣୁ ସଂକ୍ରମଣ ବଢିବା ସହିତ ମୃତ୍ୟୁହାର ମଧ୍ୟ ବଢ଼ିପାରେ। ଆମେ ସ୍ମରଣ ରଖିବାକୁ ହେବ ଯେ ଏହା ଏକ ମହାମାରୀ ଓ ବୈଶ୍ବିକ ସ୍ତରରେ ଏହାର ପ୍ରଭାବ ରହିଛି। ଏହା ଦୂର ଲାଗି ସମସ୍ତଙ୍କୁ ସମ୍ମିଳିତ ପ୍ରୟାସ କରିବାକୁ ପଡିବ।
  ଅନ୍ୟପକ୍ଷରେ ଟିକାକରଣର ନିରାପତ୍ତା ଓ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ମଧ୍ୟ କେତେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହାର ଦୀର୍ଘମିଆଦୀ ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ ଚିନ୍ତାବ୍ୟକ୍ତ କରିଛନ୍ତି। ତାହା ସ୍ବାଭାବିକ; ମାତ୍ର ହଠାତ୍ ଏହା ଚିହ୍ନଟ କରିବା ସମ୍ଭବପର ହୋଇ ନପାରେ। କିଭଳି ଟିକା ପ୍ରସ୍ତୁତିକୁ ଶୀଘ୍ର କରାଯାଇପାରିବ ସେଥିଲାଗି ଟିକାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ ଏକାସାଙ୍ଗରେ ଚାଲିଛି। ଏହି ପ୍ରକ୍ରିୟା ସମୟରେ ଦୀର୍ଘକାଳୀନ ପାର୍ଶ୍ୱ ପ୍ରତିକ୍ରିୟା ଗୁଡ଼ିକ ଅପେକ୍ଷାକୃତ ସ୍ୱଳ୍ପ ସମୟରେ ଅଧ୍ୟୟନ କରାଯାଇପାରେ। ଯେଉଁମାନଙ୍କୁ ଟୀକା ଦିଆଯାଏ, ସେମାନଙ୍କୁ ଦୀର୍ଘକାଳୀନ ପାର୍ଶ୍ୱ ପ୍ରତିକ୍ରିୟା ଚିହ୍ନଟ ପାଇଁ ତଦାରଖ କରାଯିବ।
କରୋନା ଭୂତାଣୁ ସଂକ୍ରମଣ କେବେ ଶିଖରରେ ପହଞ୍ଚିବ ଓ କେବେ କମିବ ସେ ସମ୍ପର୍କରେ ଏମ୍ସ ନିର୍ଦେଶକ ଗୁଲେରିଆଙ୍କ ମତ ହେଉଛି ଯେ, କିଛି ଦିନ ହେବ ଏହା ସାମାନ୍ୟ ବୃଦ୍ଧି ପାଇଛି, ଯଦି ଏଭଳି ସ୍ଥିତି ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲେ, ତେବେ ଆମେ କହିପାରିବା ଏହାହିଁ ଶିଖର ସ୍ତର। ଧୀରେ ଧୀରେ ଏହା କ୍ରମଶଃ ହ୍ରାସ ପାଇବ ବୋଲି ଆଶା କରିବା। ଏସବୁ ସତ୍ତ୍ବେ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ସଫା କରିବା ଏବଂ ପରସ୍ପରଠାରୁ ଛଅ ଫୁଟର ସାମାଜିକ ଦୂରତା ବଜାୟ ରଖିବା ଭଳି ଅଭ୍ୟାସ ନିରନ୍ତର ଚାଲୁରଖିବାକୁ ପଡିବ ବୋଲି ଏମ୍ସ ନିର୍ଦେଶକ ପରାମର୍ଶ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like