-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2026
ବରଗଡ଼(ତୁଳସୀ ଚରଣ ଦାଶ): ବରଗଡ଼ ପୁରୁଣା ଜୀରା ବ୍ରିଜ ସ୍ଥିତ ରାଜ୍ ପୋଲି କ୍ଲିନିକ ଏବଂ ଡାଇଗନୋଷ୍ଟିକ ସେଣ୍ଟରର ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ ପୋଲି କ୍ଲିନିକ ଏବଂ ମହାନଦୀ ନେତ୍ରାଳୟ ଚିକିତ୍ସାଳୟର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ କ୍ଲିନିକ ଠାରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ପାଇଁ ରାଜ୍ ପୋଲି କ୍ଲିନିକର ଡ଼ାଇରେକ୍ଟର ରାଜକିଶୋର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ମଞ୍ଚରେ ମହାନଦୀ ନେତ୍ରାଳୟର ମୁଖ୍ୟ ଡାକ୍ତର ରୋହିତ ସିଂହ, କ୍ଲିନିକର ଉପଦେଷ୍ଟା ନବକିଶୋର ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ପ୍ରଥମେ ସମସ୍ତ ଅତିଥିଙ୍କୁ କ୍ଲିନିକ ର ଡ଼ାଇରେକ୍ଟର ଶ୍ରୀ ପାଣିଗ୍ରାହୀ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ମହାନଦୀ ନେତ୍ର ଚିକିତ୍ସାଳୟର ମୁଖ୍ୟ ଡାକ୍ତର ସିଂହ ଆଖିର ବିଭିନ୍ନ ସମସ୍ୟା ବିଷୟରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଆୟୋଜିତ ସଭା କାର୍ଯ୍ୟକ୍ରମ ପରେ ଡାକ୍ତର ସିଂ ରିବନ କାଟି ଚକ୍ଷୁ ପରୀକ୍ଷା ଶିବିରକୁ ଉଦଘାଟନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ରାଜ୍ ପୋଲି କ୍ଲିନିକର ଏକ ବର୍ଷ ପୂର୍ତ୍ତି ଅବସରରେ କ୍ଲିନିକର ଡ଼ାଇରେକ୍ଟର ତଥା ସମସ୍ତ ଷ୍ଟାଫ ଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହିତ ଏ ପ୍ରକାର କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏକ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାରର ଯୋଜନା ଯଥା -ରକ୍ତଦାନ ଶିବିର, ଅନ୍ତରାଷ୍ଟ୍ରୀୟ ଯୋଗ ଶିବିର ଇତ୍ୟାଦି ଜିଲ୍ଲା ବରିଷ୍ଠ ନାଗରିକ ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇ ଥିଲା । ଆଗକୁ ମଧ୍ୟ ଗରିବ ଲୋକ ତଥା ବରଗଡ ର ଜନ ସାଧାରଣଙ୍କ ପାଇଁ ରାଜ୍ ପୋଲି କ୍ଲିନିକ ସଦା ସର୍ବଦା ସେବା ଜାରି ରହିବ ବୋଲି ପ୍ରକାଶ କରିଥିଲେ ।