-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2026
ନବରଙ୍ଗପୁର:-ମିହିର ଶଙ୍କର ପାତ୍ର)
ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ବସ ଷ୍ଟାଣ୍ଡ ଓ ଗରୁଡ଼ ଗୁଡା ମଧ୍ୟରେ ଥିବା ଚାକୁଣ୍ଡା ଜଙ୍ଗଲ ନିକଟରେ ଚାଲିଛି କୁକୁଡା ଲୋଡ଼ଇ ଓ ଖୁଡଖୁଡି ଜୁଆ ଖେଳ। କିଛି ଅସାଧୁ ବ୍ୟକ୍ତି କୁକୁଡ଼ା ଲଢେ଼ଇ, ଖୁଡଖୁଡି, ଜୁଆ ଖେଳ ମାଧ୍ୟମରେ ନିରୀହ ଆଦିବାସୀଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏହି କୁକୁଡ଼ା ଲଢେ଼ଇରେ ନବରଙ୍ଗପୁର ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ବହୁ ଲୋକ କୁକୁଡ଼ା ଲଢେ଼ଇ ଖେଳ ଖେଳିବାକୁ ଆସିଥାନ୍ତି । ପ୍ରତି ସୋମବାର ଓ ଶନିବାର ଅପରାହ୍ନ ୪ ଘଣ୍ଟ ଠାରୁ ସନ୍ଧ୍ୟା ୭ ଘଣ୍ଟା ପର୍ୟ୍ଯନ୍ତ କୁକୁଡ଼ା ଲଢେ଼ଇ ଓ ଖୁଡଖୁଡି ଜୁଆ ଖେଳ ଚାଲୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଡାବୁଗାଁ ଥାନା ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଏହି କୁକୁଡ଼ା ଲଢେ଼ଇ ଚାଲିତି କିନ୍ତୁ ପୋଲିସ ବିଭାଗକୁ କୌଣସି ସୂଚନା ନାହିଁ। କୁକୁଡ଼ା ଲଢେ଼ଇ ଖେଳ ସହ ଜୁଆ ଓ ମଦ କାରବାର ଭଳି ନିନ୍ଦନୀୟ ପ୍ରଥାକୁ ପରୋକ୍ଷରେ ଅବକାରୀ ବିଭାଗ ଏବଂ ପ୍ରତ୍ୟେକ୍ଷ ଭାବରେ ଅସାମାଜିକ ଲୋକଙ୍କର ଯୋଗୁଁ ଥମିବା ବଦଳରେ ବଢ଼ିବାକୁ ଲାଗିଛି। ଏହି କୁକୁଡ଼ା ଲାଡେଇ ଖେଳକୁ ବନ୍ଦ କରିବା ପିଇଁ ସାଧାରଣ ରେ ଦାବି ହେଉଛି ଏହାର ମୁଖ୍ୟ କାରଣ ନିକଟରେ ଏକ ଆଦିବାସୀ ଆଶ୍ରମ ବିଦ୍ୟାଳୟ, ତତ ସାଙ୍ଗେ ସାଙ୍ଗେ ସେହି ସ୍ଥାନରୁ ମାତ୍ର 1କିଲୋମିଟର ବ୍ୟବଧାନ ରେ ନିରୀହ ଆଦିବାସୀ ଭାଇଭଉଣୀଙ ଜନଵସତି ରହିଛି। ଖୁଦୁକୁଡି ଖେଳ ନିକଟରେ ଗଣ୍ଡଗଲ ହେଉଥିବା ଜାଣୁବା ପରେ 112କୁ ଫୋନ କରା ଯାଇଥିଲା କିନ୍ତୁ କଣସି ସୂତ୍ରରୁ ଖବର ପାଇ ଜୁଆ ମାଫିଆ ମାନେ ସେହି ସ୍ଥାନରୁ ପଳାଇ ଥିଲେ। ବିଶେଷ ସୂତ୍ରରୁ ଖବର ମିଳିଛି ଡାବୁଗାଁ ଥାନା ଠାରୁ ମାତ୍ର 4/5 କିଲୋମିଟର ଧିତରେ ଏଭଳି ଆଉ କିଛି ସ୍ଥାନରେ ମଧ୍ୟ୍ୟ ଖୁଡୁକୁଡି ଜୁଆଖେଲ ଏବଂ କୁକୁଡ଼ା ଲଡେଇ ଜର ସର ରେ ଚାଲିଛି। ମହେନ୍ଦ୍ରୀ ନିକଟରେ ଚାଲିଥିବା କୁକୁଡ଼ା ଲଡେଇ ବରଦେଇ ଗ୍ରାମର ଜଗନ୍ନାଥ ହରିଜନ ଏବଂ ମହେନ୍ଦ୍ରୀ ଗ୍ରାମର ସମନାଥ ଜାନି କିଛି ଅସାଧୁ ସରକାରୀ କର୍ମଚାରୀଙ୍କୁ ମାସକୁ କିଛି ପାଉଣା ଦେଇ ଚଲାଉ ଥିବା ସୂଚନା ମିଳିଛି। ପୋଲିସ ର ତଦନ୍ତ ପରେ ସାତ କଣ ତାହା ଜଣା ପଡିବ।
ବିଦ୍ର:- ମହେନ୍ଦ୍ରୀ ବସଷ୍ଟାଣ୍ଡ ରୁ କିଛି ଦୂରରେ ଏବଂ ଗରା୍ଦୁଗୁଡା ବିଦ୍ୟାଳୟ ରୁ 1କିମି ଦୂରରର ଖୁଲମଖୁଲା କୁକୁଡ଼ା ଲଡେଇ ଚାଲିଥିବା ହେତୁ,ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି*