-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
11-May-2026
ନର୍ଲା (ଚିନ୍ତାମଣି ନାଏକ )
ନର୍ଲା ବ୍ଳକ୍ ଅନ୍ତର୍ଗତ ବଡଧାରପୁର ଗ୍ରାମ ସ୍ଥିତ କୁଚେଈଜୋର୍ ଠାରେ ଆଦିମ ଲୋହୋରା ସମାଜ ପକ୍ଷରୁ ସାମାଜିକ, ଅର୍ଥନୈତିକ କୌଳିକ ବୃତ୍ତି ଓ ରାଜନୀତିକ ସଂପର୍କରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଳକ୍ ସଭାପତି ରବି ପରାଭୋଇ ସମ୍ପାଦକ ତାମିଲ ଭୋଇ ସହ ସଂପାଦକ ଖୁସି ରାମ ମୁଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ସଭପତି ବିରଞ୍ଚି ଭୋଇ ହିମାଂଶୁ ଶେଖର ନାଏକ ଅଶୋକ କାବାଡି ,ବିଗ୍ୟୁ ପରାଭୋଇ ଯୋଗ ଦେଇଥିଲେ ଓ ମଞ୍ଚାସିନ ହୋଇଥିଲେ । ମୂଖ୍ୟ ଅତିଥି ଙ୍କୁ ସଙ୍ଘ ପକ୍ଷରୁ ସ୍ବାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମଞ୍ଚ।ଶିନ ଅତିଥି ବୃନ୍ଦ ଆଦିମଲୋହ।ର ସମାଜ କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଣଦେଖା କରି ବଳପୂର୍ବକ ସହିତ ଓ, ବି ,ସି ରେ ସାମିଲ କରି ଜାତି ର ଅର୍ଥନୈତିକ ରାଜନୀତିକ ଓ କୌଳିକ ବୃତ୍ତି କୁ ଖୀର୍ଣ୍ଣ କରି ତାଙ୍କର ଅଧିକାର ଛଡେଇ ନେଇଥିବା ରୁ ଏହାକୁ ବିରୋଧ କରିବା ସହିତ ଏକ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ରାଜୁ ଭୋଇ, ମୁରଲୀ ପରା ଭୋଈ, ଭୁଜ ମୁଣ୍ଡା, କମଳ ପରା ଭୋଇ ସହିତ ନର୍ଲା ବ୍ଳକ୍ ର ଶତାଧିକ କର୍ମକର୍ତା ଉପସ୍ଥିତ ରହିଥିଲେ ।