-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ଗହ୍ମେଇନାଳୀ ପଡା ପାଇଁ ବିକାଶ ଯେମିତି  ସାତସପନ   ନଗଡା ଚିତ୍ର ର ଆଉ ଏକ ଗାଁ (ଅଙ୍ଗନବାଡି , ବିଦ୍ୟାଳୟ , ଦେଖିନାହାନ୍ତି ପଡ଼ାବାସୀ)

03-Oct-2020



ଟେନସା-୩/୧୦: (ସମୀର କୁମାର ପାଢ଼ୀ)  ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ର ପାଟମୁଣ୍ଡା ପଞ୍ଚାୟତ ର ପାଟୁଳି ଗ୍ରାମର ବଣ ପାହାଡ଼ ପର୍ବତ ଶିଖରରେ ଥିବା ଗହ୍ମେଇନାଳୀ ପଡା । ଉକ୍ତ   ଗହ୍ମେଇନାଳୀ ପଡାରେ ବସବାସ କରନ୍ତି ମୁଣ୍ଡା ସମ୍ପ୍ରଦାୟର୧୫ରୁ ୨୦ ଆଦିବାସୀ ପରିବାର ର ୧୦୦ରୁ ଉର୍ଦ୍ଧ୍ବ ଲୋକ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ,ଗମନାଗମନ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛି।  କୋଇଡା ଖଣି ଅଞ୍ଚଳରୁ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ  ପାଉଥିବା ବେଳେ ଜିଲ୍ଲା ଖଣିଜ ପାଣ୍ଠି ରୁ  ଅଞ୍ଚଳର ବିକାଶ ନିମନ୍ତେ ଖର୍ଚ୍ଚ  ହେଉଛି କୋଟି କୋଟି ଟଙ୍କା ।ସେହିପରି ଗ୍ରାମର ଉନ୍ନତି ପାଇଁ ବ୍ଲକ ସ୍ତରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ହେଲେ ଗହ୍ମେଇନାଳୀ ପଡା ପ୍ରତି ପ୍ରଶାସନ ର ନଜର ନାହିଁ ।  ସ୍ଵାଧିନତାର ୭୪ ବର୍ଷ ପରେ ମଧ୍ୟ ପହଁଚି ପାରିନି ବିକାଶର ଗାଡି କି କୌଣସି ପ୍ରଶାସନ ଅଧିକାରୀ ଙ୍କ ପାଦ । କୋଇଡା ବ୍ଲକ କାର୍ଯ୍ୟଳୟ ଠାରୁ ମାତ୍ର ୬ କିଲୋମିଟର ଗଲେ ପାଟମୁଣ୍ଡା ପଞ୍ଚାୟତ କାର୍ଯ୍ୟଳୟ । ପଞ୍ଚାୟତ କାର୍ଯ୍ୟଳୟରୁ  ୨ ରୁ ୩ କିଲୋମିଟର ଆଗକୁ ଗଲା ପରେ ପିଚୁ ରାସ୍ତା ଶେଷ ହୁଏ ଆଉ ସେହିଠାରୁ ଆରମ୍ଭ ହୁଏ ଗହ୍ମେଇନାଳୀ ପଡାକୁ ଯିବାକୁ  ବିପଦ ପୁନଃ ରାସ୍ତା ।ପୁଣି ୨ ରୁ ୩ କିଲୋମିଟର ଉକ୍ତ ରାସ୍ତା ରେ ଯିବା ପରେ ପଡେ ପାହାଡିଆ ଘାଟି ରାସ୍ତା ଯେଉଁଠି ପାଦରେ ଚାଲି ଚାଲି ଯିବା କାଠିକର ପାଠ  । ଦୁଇ ଚକିଆ, ଚାରି ଚକିଆ ଯାନ  ପଡା ପାଇଁ ସାତ ସ୍ୱପ୍ନ  । କିନ୍ତୁ ପ୍ରତ୍ୟେକ ଦିନ ଏହି କଚା ରାସ୍ତାରେ ବସ୍ତିର ୧୫ ରୁ ୨୦ ପରିବାର ଜୀବନ ବଞ୍ଚାଇବା ପାଇଁ ସଙ୍ଘର୍ଷ କରିଥାନ୍ତି । ଏମିତିକି ପଂଚାୟତ କାର୍ଯ୍ୟଳୟକୁ ଭତ୍ତା ଟଙ୍କା , ସରକାରୀ ଚାଉଳ ଗହମ ଆଣିବା ପାଇଁ ବୟସ୍କ ମହିଳା ପୁରୁଷ ଏହି ପାହାଡିଆ ପାଥୁରିଆ ରାସ୍ତା ଦେଇ ଗ୍ରାମପାୟତ କୁ  ଯିବା ଆସିବା କରିଥାନ୍ତି ।  ବିଦ୍ୟୁତ ଆଲୋକ କ'ଣ ଜାଣନ୍ତି  ଏହି ପଡା ବାସୀ ।  ଅନ୍ଧାର  ଜଙ୍ଗଲ ରାସ୍ତା ରେ ବେଳେ ବେଳେ ହାତୀ ,ଭାଲୁ , ସରୀସୃପ ଙ୍କ କବଳରୁ ନିଜକୁ ବଞ୍ଚିବା  ପାଇଁ ପଡ଼ାବାସୀ କୁ ସବୁ ସମୟ ସଙ୍ଘର୍ଷ କରିବାକୁ ପଡ଼ିଥାଏ।       ଗହ୍ମେଇନାଳୀ ପଡା ରେ ଅଙ୍ଗନବାଡୀ କେନ୍ଦ୍ର ଓ ବିଦ୍ୟାଳୟ ନାହିଁ ଦୂରରେ ରାହିଥିବାରୁ ପଡାର  ଅଧିକାଂଶ ଶିଶୁ ଅଙ୍ଗନବାଡି ଏବଂ ବିଦ୍ୟାଳୟ ଦେଖିନଥିବା ଜଣାପଡିଛି । ଗହ୍ମେଇନାଳୀ ପଡା ବାସୀ ଙ୍କ କହିବା ଅନୁସାରେ ପାହାଡ଼ ଜଙ୍ଗଲ ରାସ୍ତା ହୋଇଥିବାରୁ ବନ୍ୟଜନ୍ତୁଙ୍କ ଭୟରେ ସେମାନଙ୍କ ପିଲାଙ୍କୁ ଅଙ୍ଗନବାଡି ଓ ବିଦ୍ୟାଳୟକୁ ଯାଆନ୍ତି ନାହିଁ । ଅନ୍ୟପଟେ  ଗହ୍ମେଇନାଳୀ ପଡା ଟି ପର୍ବତ ଶିଖରରେ ରହି ଥିବାରୁ ପାନୀୟ ଜଳର କୌଣସି ସୁବିଧା ନାହିଁ ।ପଡ଼ାବାସୀ ବିଶୁଦ୍ଧ ପାଣି ଟୋପାଏ ପାଇଁ ପାହାଡ ଜଙ୍ଗଲ ଡେଇଁ ଦୁଇ କିଲୋମିଟର ଏକ ଝରଣା ରୁ ପାଣି ଆଣି  ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି ।ଏହି ଝରଣା ପାଣି ବ୍ୟବହାର କରି  ବିଭିନ୍ନ ସମୟରେ ରୋଗରେ ପଡ଼ିଥାନ୍ତି ବୋଲି ପଡା ଵାସୀମାନେ ଅଭିଯୋଗ କରିଛନ୍ତି ।ସବୁଠାରୁ ବଡ଼ କଥା ହେଉଛି ଏଠାରେ ବସବାସ କରୁଥିବା ଅଧିକାଂଶ ପରିବାର ର ଶିଶୁ ମାନଙ୍କ ଶରୀର ଗଠନ ଦେଖିଲେ ଅପପୃଷ୍ଟି  ଯେମିତି ପ୍ରତ୍ୟେକ ପରିବାରରେ କବାଟ ଠକ ଠକ କରୁଥିବା ଅନୁମାନ କରି ହେଉଛି । ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ନିକଟରେ ଥିବା ଖଣି ଖାଦାନରେ ଦିନ  ମଜୁରୀୟା କାମ କରି ଚଳିଥାନ୍ତି । କରୋନା ମହାମାରୀ କାଳରେ ନିଜର ଜୀବିକା ହରେଇ ଶେଷରେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ବିତାଉଛନ୍ତି ।  ଯାହା ଫଳରେ ପଡ଼ାରେ ଅଧିକାଂଶ ଶିଶୁଙ୍କ ପାଖରେ ପୁଷ୍ଟି ହୀନତା ଥିବା ପରି  ଦେଖାଯାଉଛନ୍ତି ।   ଗହ୍ମେଇନାଳୀ ପଡା ରେ ବାସ କରୁଥିବା ପ୍ରତ୍ୟେକ ଲୋକ ଯେପରି ହାଡ଼ କଙ୍କାଳ  ପରି ପଡିରହିଛନ୍ତି । ଯଦି ତୁରନ୍ତ ଏହି  ଗହ୍ମେଇନାଳୀପଡାକୁ ସରକାରୀ ସୁବିଧା ନ ପହଞ୍ଚେ ତାହେଲେ ଖୁବ୍ ଶୀଘ୍ର ଏ ଗହ୍ମେଇନାଳି ପଡାର ଚିହ୍ନ ବର୍ଣ୍ଣ ଲିଭିଜିବ ବୋଲି ଅନୁମୟ କରାଯାଉଛି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like