-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2023
ତୁଷୁରା- ରବିବାର କଟକ ଶତାବ୍ଦୀ ଭବନରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ, ଅଗ୍ନିସ୍ଫୁଲିଙ୍ଗ, ରାଉରକେଲା , ପୂଜ୍ୟପୂଜା ପରିଷଦ, କଟକ ଓ ଚିନ୍ମୟ ସାହିତ୍ୟ ସଂସଦ କଟକ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୪୬ ତମ ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବରେ ବଲାଙ୍ଗିର ଜିଲା ଅନ୍ତର୍ଗତ ତୁଷୁରା ଏନ.ଏ.ସି ର ବିଶିଷ୍ଟ ସାହିତ୍ୟିକ ଓ ସଂଗଠକ ଆଶୁକବି ହେମନ୍ତ ଦାଶଙ୍କୁ ଚଳିତ ବର୍ଷର "ରାଜ୍ୟ ସ୍ତରୀୟ ପୂଜ୍ୟପୂଜା ସମ୍ମାନ- ୨୦୨୩" ରେ ସମ୍ମାନୀତ କରିଛନ୍ତି। ଉକ୍ତ ସମ୍ବର୍ଦ୍ଧନା ସଭାରେ ଆର୍ଯ୍ୟକବି ଡଃ ପ୍ରମୋଦ କୁମାର ମିଶ୍ରଙ୍କ ସଭାପତିତ୍ବରେ ଓ ରାଜ୍ୟ ର ସର୍ବ ପୁରାତନ ତଥା ଅଗ୍ରଣୀ ସାହିତ୍ୟ ସଂଗଠନ ର ପ୍ରତିଷ୍ଠାତା ସଂପାଦକ କବି ସାରଥୀ ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ଅର୍ଥ ସଚିବ, ଓଡିଶା ଶ୍ରୀ ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶାନ୍ତି ନିକେତନ ର ପ୍ରଫେସର ଡଃ ମନ୍ମଥ କୁମାର ପ୍ରଧାନ ଯୋଗଦେଇ ଓ ସମ୍ମାନିତ ଅତିଥି ଭାବେ ଡଃ ରବୀନ୍ଦ୍ର କୁମାର ସାହୁ, ଜଏଣ୍ଟ ଡାଇରେକ୍ଟର କୃଷି ବିଭାଗ
ପ୍ରମୁଖ ଶ୍ରୀ ଦାଶଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ।
ଏ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା। ଶ୍ରୀ ଦାଶଙ୍କୁ ନିଷାନ ସାହିତ୍ୟ ସଂସଦ ତୁଷୁରା ଓ ସମ୍ବାଦ ସାହିତ୍ବ ଘର, ଗୁଡଭେଲା, ଦେଓଗାଁ ଓ ସଇଁନ୍ତଳା ବ୍ଲକରୁ ଅଜସ୍ର ଅଭିନନ୍ଦନର ସୁଅ ଛୁଟିଛି। ସାହିତ୍ୟ ସାଧନା କୁ ନିଜର ବ୍ରତ ରୂପେ ଗ୍ରହଣ କରିଥିବା ସେ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ବରିଷ୍ଠ କବି ତଥା ଆକାଶବାଣୀ ବଲାଙ୍ଗିର ର ଉଦ୍ଘୋଷକ ଶ୍ରୀ ନବ କିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।