-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ କଂଗ୍ରେସର ଭାରତ ଯୋଡୋଯାତ୍ରା ଆଜିଠାରୁ- କଂଗ୍ରେସରେ ‘ଦିଲ ଔର ମନ ଯୋଡୋ’ ହେବ ତ?

23-Jan-2023



ବଲାଙ୍ଗୀର(ପ୍ରେରଣା ଖବର)- ସାରା ଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଭାରତ ଯୋଡୋଯାତ୍ରାର ପ୍ରଭାବ ଦେଖାଦେଉଛି । ତେବେ ୧୩୭ବର୍ଷର ଦଳରେ ଅର୍ନ୍ତଦ୍ୱନ୍ଦ ଯୋଗୁଁ ଦଳକୁ ଜିଣିବାରେ ଅସୁବିଧା ହେଉଛି । ଦୀର୍ଘ ୨୩ବର୍ଷ ହେଲା ଓଡିଶାରେ ନବୀନ ସରକାର ଚାଲିଛି । ରାହୁଲଙ୍କ ଭାରତ ଯୋଡୋଯାତ୍ରା ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ ଭାରତ ଯୋଡୋ ଓଡିଶା କାର୍ଯ୍ୟକ୍ରମ ଚଳାଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଦଯାତ୍ରା ପରେ ବୁଧବାର ଦିନ ବଲାଙ୍ଗୀର ଜିଲ୍ଲାରେ ପଦଯାତ୍ରା କରାଯିବାର କାର୍ଯ୍ୟକ୍ରମ ରହିଛି । ଶରତ ପଟ୍ଟନାୟକ ଦିନେ କେବିକେ ପଟ୍ଟନାୟକ ଭାବରେ ଜଣାଯାଉଥିଲେ । ଅବହେଳିତ ଓଡିଶାର ୮ଟି ଜିଲ୍ଲାର ଲୋକଙ୍କୁ ନେଇ ଆନ୍ଦୋଳନ କରି କେବିକେ ଭଳି ଦୀର୍ଘ ମିଆଦି କେନ୍ଦ୍ରୀୟ ଯୋଜନା ଆଣିବାରେ ସହାୟକ ହୋଇଥିଲେ । ଶରତ ବଲାଙ୍ଗୀର ଲୋକସଭା କ୍ଷେତ୍ରରୁ ୨ଥର ସାଂସଦ ହୋଇଥିଲେ । ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ତାଙ୍କର ନିଜସ୍ୱ ପୈତୃକ ଘର । ଏଇଠୁ ତାଙ୍କର ସଂଗଠନ ଆରମ୍ଭ ହୋଇ ରାଜ୍ୟର ଜଣେ ପ୍ରମୁଖ ନେତୃତ୍ୱ ହେବାରେ ସଫଳ ହୋଇଛନ୍ତି । କିନ୍ତୁ ରାଜ୍ୟରେ କଂଗ୍ରେସର ଅବସ୍ଥା ସଂଗୀନ ଥିବା ବେଳେ ବିଧାସଭାରେ ୯ସିଟରୁ ୯୦ସିଟକୁ ବଢାଇବାର ସ୍ୱପ୍ନ ଦେଖିଛନ୍ତି । ସେହିକ୍ରମରେ ପଦଯାତ୍ରା କରି ଭାରତ ଯୋଡୋ ଓଡିଶା କାର୍ଯ୍ୟକ୍ରମ କରୁଛନ୍ତି । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ କଂଗ୍ରେସ ଦୀର୍ଘ ୨୫ବର୍ଷ ହେଲା ଶାସନକୁ ଫେରି ପାରୁନି । ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରୁ ୨ଟି ବଲାଙ୍ଗୀର ସଦର ଓ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିରେ କଂଗ୍ରେସର ବିଧାୟକ ରହିଛନ୍ତି । ମୋଟ ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଆସନରୁ କଂଗ୍ରେସ ଦୁଇଟି ଆସନ ଜିଣିଛି । କିନ୍ତୁ ସେପଟେ ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସର ବରିଷ୍ଠନେତାଗଣ ରହିଥିଲେ ହେଁ ଦଳ ଦୁର୍ବଳ ହୋଇପଡିଛି । ଜିଲ୍ଲାପରିଷଦ ନିର୍ବାଚନରେ ଭଲ କରିନାହିଁ । କେବଳ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିକୁ ଛାଡିଦେଲେ ଭୋଟରମାନେ କଂଗ୍ରେସଠାରୁ ମୁହଁ ଫେରାଇ ନେଇଛନ୍ତି । ଯଦିଓ ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ କଂଗ୍ରେସର ବରିଷ୍ଠନେତା ନରସିଂହ ମିଶ୍ର ରହିଛନ୍ତି ତଥାପି ଏହି ନିର୍ବାଚନମଣ୍ଡଳିରେ ତଳସ୍ତରରେ ସଂଗଠନ ସଂପୂର୍ଣ୍ଣ ଭୁଷୁଡି ପଡିଛି । ନରସିଂହ ମିଶ୍ରଙ୍କ ସମର୍ଥକମାନେ ଜିଲ୍ଲା କଂଗ୍ରେସକମିଟିର ପ୍ରମୁଖ ଦାୟୀତ୍ୱରେ ରହିଛନ୍ତି । ପୁରୁଣା କଂଗ୍ରେସ ଓ ନୂତନ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ମନର ମିଳନ ନାହିଁ । ଅନେକ ପୁରୁଖା ନେତା ଦଳଛାଡି ଚାଲିଯାଇଛନ୍ତି ଓ ଆଉ ଯେତିକି ରହିଛନ୍ତି ମୁହଁମାରି ବସିରହିଛନ୍ତି । ଶରତ ଗୋଷ୍ଠୀ ଓ ନରସିଂହ ଗୋଷ୍ଠୀ ମଧ୍ୟରେ ତିକ୍ତତା ରହିଛି । କେହି କାହାକୁ ଗ୍ରହଣ କରିବା ଅବସ୍ଥାରେ ନାହାଁନ୍ତି ।  ଶରତ ପଟ୍ଟନାୟକ ପିସିସି ସଭାପତି ହେବାପରେ ଦଳର ସଂଗଠନରେ ଉତ୍ସାହ ବଢିଛି । କିନ୍ତୁ ଉଭୟ ଗୋଷ୍ଠୀ ମଧ୍ୟରେ ମନର ମିଳନ କରାଇବାରେ ଏପର୍ଯ୍ୟନ୍ତ ଶରତ କିମ୍ବା ନରସିଂହ କାର୍ଯ୍ୟକରିନାହାଁନ୍ତି । ପୁରୁଣା କଂଗ୍ରେସକର୍ମି ଅବହେଳିତ ହୋଇ ପଡିରହିଛନ୍ତି । ନରସିଂହଙ୍କ ସାଙ୍ଗରେ ରହିଥିବା କର୍ମକର୍ତ୍ତାମାନେ ଦଳୀୟ ସଂଗଠନ ଅପେକ୍ଷା ନେତାଙ୍କ ନିଜସ୍ୱ ସଂଗଠନ ବଢାଇବାରେ ବ୍ୟସ୍ତ ଥିବା କୁହାଯାଉଛି । ତେଣୁ  ଏବେ ଭାରତ ଯୋଡୋ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ କିଛି ପରିବର୍ତ୍ତନ ଆଶା କରାଯାଉଛି । କାହିଁକି ନା ଉଭୟ ଗୋଷ୍ଟୀ ଏହି କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ ଥିବା ଦେଖାଯାଉଛି । ବଲାଙ୍ଗୀର ଜିଲ୍ଲାରେ ଭାରତ ଯୋଡୋ ସାଙ୍ଗକୁ କଂଗ୍ରେସିଆଙ୍କ ଦିଲ ଓ ମନ୍ ଯୋଡୋ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like