-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ପୋଲିସ ହାଇସ୍କୁଲରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ, ଛାତ୍ରଛାତ୍ରୀ ପରିଶ୍ରମୀ ଓ ସ୍ୱାଧୀନଚେତା ହେଲେ ଦେଶ ଆଗେଇବ

23-Jan-2023



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ମନୋହରପୁର ପୋଲିସ ହାଇସ୍କୁଲଠାରେ ଆଜି ଦୁଇଓଡିଆ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ବିରାଟକେଶରୀ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସମ୍ମାନୀତ ଅତିଥି ଭାବରେ ପ୍ରେରଣା ଖବରକାଗଜର ସଂପାଦକ ରଘୁନନ୍ଦନ  ସିଂହ ଓ ମୁଖ୍ୟବକ୍ତା ଭାବରେ କୁରୁଲ ହାଇସ୍କୁଲର ଶିକ୍ଷକ ତଥା ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ ଯୋଗଦେଇଥିଲେ । ଅତିଥିଗଣ  ସ୍ୱଧିନତା ଆନ୍ଦୋଳନର ବୀରସଂଗ୍ରାମୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉଭୟଙ୍କ ସ୍ଵାଧୀନତା ସଂଗ୍ରାମରେ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ । ବୀର ସୁରେନ୍ଦ୍ର ସାଏ ଖିଣ୍ଡାମାଟିରୁ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ କରିଥିବା ବେଳେ ତାଙ୍କର ଦୁର୍ଦ୍ଦର୍ଶ ଗରିଲା ଯୁଦ୍ଧଆଗରେ ବ୍ରୀଟିସ ସୈନିକ ହାର ମାନୁଥିଲେ । ବ୍ରିଟିସମାନେ ଛଳନାକରି ତାଙ୍କୁ ଗିରଫ କରି ଜୀବନର ଅଧା ସମୟ ଜେଲ ଦଣ୍ଡ ଦେଇଥିଲେ । ସେହିପରି ନେତାଜୀ ସୁଭାଷ ବୋଷ କେବଳ ଭାରତୀୟ ମୁକ୍ତିସଂଗ୍ରାମ ନୁହେଁ ସବୁସ୍ଥାନରେ ଗୁଲାମିକୁ ପ୍ରତିବାଦ କରୁଥିଲେ । ସେ ଓଡିଆପୁଅ ଭାବରେ ଓଡିଶାରେ ପାଠପଢି ପରେ କଲିକତା ଓ ତାପରେ ବ୍ରିଟେନଯାଇ ଆଇସିଏସ ପରୀକ୍ଷା ଦେଇ ପାସ ହୋଇଥିଲେ । କିନ୍ତୁ ସ୍ୱାଧିନଚେତା ମଣିଷ ବ୍ରିଟିସସାମ୍ରାଜ୍ୟର ଗୁଲାମ ନହୋଇ ଚାକିରି କରିବାକୁ ବିରୋଧ କରି ଶେଷରେ ସ୍ୱାଧିନତା ଆନ୍ଦୋଳନରେ ଝାସ ଦେଇଥିଲେ ।

ବ୍ରିଟିସ ଆଖିରୁ ଖସିଯାଇ ଜର୍ମାନୀରେ ଆଜାଦହିନ୍ଦ ଫୌଜ ଗଠନକରି ଭାରତର ମୁକ୍ତି ପାଇଁ ଯୁଦ୍ଧର ଡାକରା ଦେଇଥିଲେ । ଉଭୟ ସ୍ୱାଧିନତା ସଂଗ୍ରାମୀ ନିଜ ଅଞ୍ଚଳ ତଥା ଦେଶ ପାଇଁ ଅନେକ ପରିଶ୍ରମ କରି କଠୋରଦଣ୍ଡ ଭୋଗିଥିଲେ । ହେଲେ ସ୍ୱାଧିନଚେତା ହୋଇଥିବାରୁ କାହାରି ବଶ୍ୟତା ସ୍ୱୀକାର କରିନଥିଲେ । ଆଜି ମଧ୍ୟ ସେଭଳି ଦେଶଭକ୍ତଙ୍କର ଆବଶ୍ୟକତା ରହିଛି । ସୁଭାଷଙ୍କ ଫୌଜରେ ଯୁବତୀମାନେ ପ୍ରମୁଖ ଭୂମୀକା ନେଇଥିଲେ । ତେଣୁ ଛାତ୍ରଛାତ୍ରୀ ସଂକଲ୍ପନେଇ ପରିଶ୍ରମି ଓ ସ୍ୱାଧିନଚେତା ହେଲେ ଆମ ଦେଶ ଆଗେଇ ଯିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗୀତାର କୃତୀଛାତ୍ରୀ ସୌଦାମିନୀ ଦତ୍ତ ଓ ରୋଜାଲିନ ମହାକୁରଙ୍କୁ ମେମେଣ୍ଟୋଦେଇ ପୁରସ୍କୃତ କରାଯାଇଥିଲା । ନବମ ଶ୍ରେଣୀର ଛାତ୍ରୀ ସୌଦାମିନୀ ଦତ୍ତ ଓ ଦଶମ ଶ୍ରେଣୀଛାତ୍ରୀ ରାଜେଶ୍ୱରୀ ମାଟକାମୀ ବୀର ସୁରେନ୍ଦ୍ର ଓ ନେତାଜୀଙ୍କ ସଂମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଶେଷରେ ସ୍କୁଲର ଶିକ୍ଷକ ସରୋଜ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର କର୍ମଚାରୀ କୃଷ୍ଣପ୍ରୀୟା ପଣ୍ଡା,ଚତୁଥଶ୍ରେଣୀକର୍ମଚାରୀ ଶରତ ନାଗ,ସ୍କୁଲର ପୁରାତନ ଛାତ୍ରସଂଘର ସଭାପତି ଗୋବିନ୍ଦ ବହିଦାର,ସଂପାଦକ ଜୟକୃଷ୍ଣ ରଣା ଓ ଚୈତନ୍ୟ ସା ପ୍ରମୁଖ ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like