-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2023
ମନୁମୁଣ୍ଡl(ମନୋରଞ୍ଜନ ତ୍ରିପାଠୀ) / ଆଜି ସ୍ୱଚ୍ଛ ଭାରତ ସଂଗଠନ ତରଫରୁ ମନୁମୁଣ୍ଡା ସ୍ଥିତ ସୁବର୍ଣ୍ଣ ମେରୁ ଶୈବ ପୀଠ ରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଅନୁଷ୍ଠାନର ବରିଷ୍ଟ ସଦସ୍ୟ ଗରିବ ଲୋଇ , ସୟଦ୍ ଅଲିମୁଲ୍ ଇସଲାମଙ୍କ ନେତୃତ୍ବରେ ଏହି ସଫେଇ କାର୍ଯକ୍ରମ ଅନୁଷ୍ଠୀତ ହୋଇ ଯାଇଛି । ମନ୍ଦିର ପରିସର ଓ ପାଖଆଖରେ ଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା, ପଲିଥିନ, ଫୁଲ, ବେଲ ପତ୍ର ସବୁକୁ ଗୋଟାଇ ସାମୁହିକ ଭାବେ ସଫା କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଗଠନ ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ସଂଯୋଜକ ମନୋରଞ୍ଜନ ତ୍ରିପାଠୀ, ମନୋଜ ପଣ୍ଡା, ଜୟ ସେବା, ତରଣି ମେହେର, ଗଣେଶ ମିଶ୍ର, ପ୍ରହଲ୍ଲାଦ ମିଶ୍ର, ସିମାଞ୍ଚଳ ହୋତା, ପ୍ରମୋଦ
କୁମାର ସାହୁ, ଡା. ସରୋଜ ପଟେଲ, ସୁଶାନ୍ତ ସାହୁ, ଅମର ଭୁତ, ତ୍ରିଲୋଚନ ତରିଆ, ଜୟନ୍ତ ବେହେରା, ପ୍ରତାପ ଦାଶ, କ୍ରିଷ୍ଣା ମେହେର, ରାମ ଅଗ୍ରୱାଲ ପ୍ରମୁଖ ସମସ୍ତ ସଭ୍ୟ ଯୋଗ ଦେଇ ଥିଲେ । ଦୀର୍ଘ ବର୍ଷରୁ ଚାଲିଥିବା ମନ୍ଦିରର କଲ୍ୟାଣ ମଣ୍ଡପ କାର୍ଯ୍ୟ ଅସମ୍ପୂର୍ଣ ହୋଇ ପଡିଛି l ସକାଳେ ସକାଳେ ନିଶାଖୋର ବ୍ୟକ୍ତିଙ୍କ ଆଡ୍ଡା ଜମୁଛି, ଯାଦ୍ୱାରା କି ମହିଳା ଭକ୍ତ ଭୟ କରୁଛନ୍ତି l ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ବୌଦ୍ଧ ଜିଲ୍ଲାର ଏହି ପୁରାତନ ଶୈବ ପୀଠ ପ୍ରତି ଜ଼ିଲ୍ଲା ପ୍ରଶାସନ , ଦେବୋତ୍ତର ବିଭାଗର ଅବହେଳାକୁ ସହର ର ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି l