-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2023
କର୍ଲାମୁଣ୍ଡା:( ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଶୈବ ପୀଠ ଠାରେ ରବିବାର ଯୋରାଡବରା ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅରୁଣ ଦାସ ଶର୍ମା ଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭରେ ମୁଖ୍ୟ ଅତିଥି ରୂପେ ପୂର୍ଣ୍ଣଚନ୍ଦ୍ର ମିଶ୍ର ,ମୁଖ୍ୟ ବକ୍ତା ରୂପେ ଜୟଚନ୍ଦ୍ର ଶର୍ମା ,ସମ୍ମାନୀତ ଅତିଥି ରୂପେ ଅଶୋକ କୁମାର ତ୍ରିପାଠୀ ,ପର୍ଶୁ ପାଢୀ ,ଜଗଦୀଶ ଷଡଙ୍ଗୀ ,ରବି ନନ୍ଦ ,ଡୋଳାମଣୀ ରଥ ପ୍ରମୁଖ ଯୋଗଦାନ କରି ସାଂପ୍ରତିକ ସମାଜରେ ବ୍ରାହ୍ମଣ ମାନଙ୍କୁ ପଥଚ୍ୟୁତ ନ ହେବ। ପାଇଁ ,ତଥା ନିଜ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଏବଂ ବ୍ରାହ୍ମଣ ମାନଙ୍କୁ ଐକ୍ୟବଦ୍ଧ ହେବା ପାଇଁ ନିଜ ନିଜ ବକ୍ତବ୍ୟ ରେ ରଖିଥିଲେ । ସର୍ବ ପ୍ରଥମେ ଦୀପ ପ୍ରଜ୍ଵଳନ କରି ଗାୟତ୍ରୀ ଙ୍କ ପୂଜା କରି ସାମୁହିକ ଗାୟତ୍ରୀ ମନ୍ତ୍ର ପଠନ କରଯାଇଥିଲା ନାରୀ ଶକ୍ତି ଜାଗରଣ ପାଇଁ ଏକ ନୂତନ ସଂଗଠନ ଗଠିତ ହୋଇଥିଲା । କମିଟି ର ମୁଖ୍ୟ ପୁରୋଧା,ଶ୍ରୀ ଚିତ୍ରସେନ ଦାଶ ଯାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା ,ସେ ମଞ୍ଚ ର ସୁନ୍ଦର ପରିଚାଳନା ତଥା ସଂଯୋଜନା କରିଥିଲେ । କର୍ଲାମୁଣ୍ଡା ,ନର୍ଲା କେସିଙ୍ଗା ଓ ମଦନପୁର ରାମପୁର ବ୍ଲକ ରୁ ପ୍ରାୟ ୧୫୦ ବ୍ରାହ୍ମଣ ଦେବୀ ଓ ଦେବତା ଉପସ୍ଥିତ ହୋଇଥିଲେ । ଶେଷରେ ବ୍ରାହ୍ମଣ ସମାଜ ର ସମ୍ପାଦକ ସୁବାସ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ