-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
18-Jan-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ପ୍ରାଣୀ ଚିକିତ୍ସାଳୟ ଗାଡି ରେ ମଣିଷ କୁ ଚିକିତ୍ସା ପାଇଁ ନିଆଗଲା ସଦର ଡାକ୍ତରଖାନା l ଧନ୍ୟ ପ୍ରଶାସନ ନୋ ଏକ୍ସନ ନୋ ରିଏକ୍ସନ l ଗତ କାଲି ଲୋକ ମହୋତ୍ସବ ର ଚତୁର୍ଥ ଦିବସ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଚାଲିଥିଲା ସଜବାଜ l ଜ଼ିଲ୍ଲାପାଳ ଙ୍କ ସମେତ ସମସ୍ତ ପଦାଧିକାରୀ ଥିଲେ ମଞ୍ଚ ଆଗରେ l ଠିକ ଏତିକି ବେଳେ ମହୋତ୍ସବ ରେ ସବୁଦିନ ସ୍ୱାଗତ ସଂଗୀତ ପରିବେଷଣ କରୁଥିବା ଭୀମ ଭୋଇ କଲାପରିଷଦ ର କଳାକାର ମାନଙ୍କ ମଧ୍ୟରୁ ଜିତେନ୍ଦ୍ର କୁମ୍ଭାର ନାମକ ଜଣେ କଳାକାର ଅସୁସ୍ଥତା ଯୋଗୁଁ ହଠାତ ଅଚେତ ହୋଇ ପଡିଥିଲେ l ମାଇକ ରେ ଘୋଷଣା ହେଲା l ପଡିଆ ରେ ଆମ୍ବୁଲାନ୍ସ କୁ ଖୋଜିଲା ପରେ ଆମ୍ବୁଲାନ୍ସ ଥିଲା, ଡ୍ରାଇଭର କିନ୍ତୁ ନ ଥିଲl ଉପସ୍ଥିତ ବୁଦ୍ଧି ଖଟାଇ ଶେଷରେ ପ୍ରାଣୀ ଚିକତ୍ସାଳୟ ଗାଡି ରେ ଏଇ କଳାକାର ଜଣଙ୍କୁ ନେଇ ସୋନପୁର ମେଡିକାଲ ରେ ଭର୍ତି ଚିକିତ୍ସା କରାଗଲା l ଏଡିଏମ ଶ୍ରୀ ଦାଶ ସାର ସିଡିଏମ ପି ଏଚ ଓ ଙ୍କୁ ପରେ ଏ ଅବ୍ୟବସ୍ଥା ଓ ଘଟଣା ନେଇ ସମାଲୋଚନା କଲେ ଓ ପ୍ରଶାସନ ପକ୍ଷରୁ ତାଗିଦ କରି ଏଲର୍ଟ ରହିବା ପାଇଁ ପରାମର୍ଶ କରିଥିଲେ l ପଶୁ ଚିକିତ୍ସା ଗାଡି ରେ ମଣିଷ ରୋଗୀ ବୋହl ଯିବା ଭଳି ବିଷୟ ଗୁରୁତର ଓ ସମ୍ବେଦନଶୀଳ ହେଲେ ବି ଏ କଥା ଶୁଣିଲେ ହସ ମାଡୁଛି l ପୁଣି ଜ଼ିଲ୍ଲା ହେଡ଼ କ୍ଵାଟର ରେ ଏଭଳି ଘଟଣା l ବାକି ଆଡେ ପଚାରେ କିଏ l ଯଦି ପ୍ରାଣୀ ଭିକିତ୍ସା ଗାଡି ପାଖ ରେ ନ ଥାନ୍ତା ତାହେଲେ ସ୍ୱାସ୍ଥ୍ୟ ବିଭାଗ ର ଅବହେଳା ପାଇଁ ମହୋତ୍ସବ ରେ ସ୍ୱାଗତ ସଂଗୀତ ପାଇଁ ଦୀର୍ଘ ବର୍ଷ ରୁ ସକ୍ରିୟ ଭାବେ ଢୋଲ ବଜାଉଥିବା ଢୋଲ ବାଦକ ଜିତେନ୍ଦ୍ର ଙ୍କୁ ଚିର ବିଦାୟ ନେବାକୁ ପଡିଥାନ୍ତା l ସ୍ୱାଗତ ପାଇଁ କାମ କରୁଥିବା କଳାକାର ବାଦ୍ୟକାର ଙ୍କୁ ଏ କଣ ପ୍ରକୃତ ସମ୍ମାନ କି ? ସିଡିଏମ- ପି ଏଚ ଓ ଙ୍କୁ ଏ ବିଷୟ ରେ ଆଜି ଗଣମାଧ୍ୟମ ପ୍ରଶ୍ନ କରିବାରୁ ଆମ ଆମ୍ବୁଲାନ୍ସ ଡ୍ରାଇଭର ପାଖରେ ଥିଲା l ପରେ ପହଁଚିଲା ବୋଲି ଖାମଖିଆଲି ଉତ୍ତର ରଖିଥିଲେ l ସ୍ୱାସ୍ଥ୍ୟ ବିଭାଗ ର ଅବହେଳା ଏ ନୁଆଁ ନୁହେଁ, ଯେବେ ଯେଉଁ ସିଡିଏମଓ ଙ୍କୁ ଲୋକେ ଅଭିଯୋଗ କଲେ, ଆଉ ଜଣେ ଉପରିସ୍ଥ ଅଧିକାରୀ ଙ୍କୁ ଭେଟି କଥା ହୁଅନ୍ତୁ ବୋଲି ଘଟଣା କୁ ଚପାଇ ଦିଅନ୍ତି l ଆଜି କିନ୍ତୁ ଏଘାଟଣା ରେ ସ୍ୱାସ୍ଥ୍ୟ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଏକ୍ସନ ନାହିଁ l ନୋ ଏକ୍ସନ ନୋ ରିଏକ୍ସନ କେବଳ ସି ଡି ଏମ ଙ୍କୁ ତାଗିଦ କଲା ପରେ ଚୁପ ରହିଲା କଣ ପ୍ରଶାସନ ?