-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
04-Dec-2020
(ପ୍ରେରଣା ଖବର) ମୁନିଗୁଡା ୪।୧୨: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଡିମିରିଗୁଡା ଗାଁ ନିକଟରେ ଲାଗିଲା ମାଓ ପୋଷ୍ଟର । ୪ଟି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଡିସେମ୍ବର ୨ରୁ ୮ ଯାଏଁ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ କରାଯାଇଥିବାବେଳେ ଇନଫର୍ମର ନେଟଓ୍ବର୍କକୁ ଧ୍ବଂଶ କରନ୍ତୁ ଓ ନୂଆ ଗଣତାନ୍ତ୍ରିକ ବିପ୍ଳବୀଙ୍କୁ ଜିନ୍ଦାବାଦ ବୋଲି ଲେଖାଯାଇଛି ।ଏହି ପୋଷ୍ଟରକୁ ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ତରଫରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟର ଦେଖି ଅଞ୍ଚଳରେ ଭୟର ବାତ୍ତାବରଣ ଦେଖାଦେଇଛି ।