-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
18-Dec-2022
ବଲାଙ୍ଗୀର// ବଲାଙ୍ଗୀର ମନୋହରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ମିଶ୍ର ଙ୍କ ପରିଚାଳନାରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଧ୍ୟାରାଣୀ ଧରୁଆ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୋଲିସ ହାଇସ୍କୁଲର ଶିକ୍ଷକ ବିରାଟ ପ୍ରଧାନ, ସ୍କୁଲ ପରିଚାଳନା କମିଟିର
ସଭାପତି ନିଶିକାନ୍ତ କୁମ୍ଭାର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ଶିକ୍ଷୟିତ୍ରୀ ଯାଜ୍ଞସେନୀ ତ୍ରିପାଠୀ ମନ୍ତ୍ରପାଠ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ମିଶ୍ର ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।
ସଭା ପରେ ସ୍କୁଲର ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ନନ୍ଦ ଙ୍କ ତତ୍ତ୍ୱାବଧାନରେ ବାର୍ଷିକ କ୍ରୀଡାରେ ସ୍କୁଲର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ଓ ସାଟିର୍ଫିକେଟ ପ୍ରଦାନ କରାଯାଇଥିଲା । କ୍ରୀଡା ଉତ୍ସବକୁ ସଫଳ କରିବାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।