-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
18-Dec-2022
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ବଣ୍ଡାପିପିଲିର ହାଟପଦା ପଛ ପଟି ଜଙ୍ଗଲରେ ରବିବାର ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ବଣ୍ଡାପିପିଲି ଗ୍ରାମର ରମେଶ ନାୟକ ବୋଲି ଜଣାପଡ଼ିଛି। ମୃତଦେହ ପଡ଼ିଥିବା ସ୍ଥାନରୁ ନକ୍ସଲମାନେ ଛାଡ଼ି ଯାଇଥିବା ଏକ କାଗଜ ଲେଖା ଲିଫ୍ଲେଟ୍ ମଧ୍ୟ ମିଳିଛି। ତେବେ ଏଥିରେ କଣ ଲେଖାଯାଇଛି ତାହା ସ୍ପଷ୍ଟ ଭାବେ ଦେଖାଯାଉନି। ସେପଟେ ଦିନ ଦିପହରେ ମାଓବାଦୀମାନେ ଏଭଳି ହତ୍ୟାକାଣ୍ଡ ରଚିଥିବାରୁ ଅଞ୍ଚଳବାସୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ଘଟଣା
ସମ୍ପର୍କରେ ସୂଚନା ପାଇଥିଲେ ହେଁ ଶେଷ ଖବର ସୁଦ୍ଧା କୋଟଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିଲା। ଏହି ଅଞ୍ଚଳ ମାଓ ଇଲାକା ଭିତରେ ଯାଉଥିବା ବେଳେ ମାଓବାଦୀଙ୍କ ଏଭଳି ବର୍ବରକାଣ୍ଡ ସମସ୍ତଙ୍କ ନିଦ ହଜାଇ ଦେଇଛି। ଦେଖିବାର କଥା ଆଗକୁ ପୁଲିସ ଏଠାରେ ମାଓବାଦୀ ଦମନ ନିମନ୍ତେ କି’ ପଦକ୍ଷେପ ନେଉଛି। ତେବେ ଏନେଇ ପୁଲିସର ମତାମତ ମିଳିପାରିନି।