-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
04-Dec-2022
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
: ଆସନ୍ତା ୯ ତାରିଖ ଦିନ ଅଲ୍ ଓଡ଼ିଶା ଅଂଗନୱାଡ଼ି କର୍ମଚାରୀ ୟୁନିଅନ୍ ସଂଯୁକ୍ତ ମୋର୍ଚ୍ଚା ଆହ୍ବାନରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ I ଆଗାମୀ ବଜେଟ୍ ଅଧିବେଶନ ସମୟରେ ଯଦି ଭତ୍ତା ବୃଦ୍ଧି ନହୁଏ, ତେବେ ବଜେଟ୍ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଦିବାରାତ୍ର ଧାରଣା ଦିଆଯିବାକୁ ଶନିବାର ପଶ୍ଚିମ ଓଡ଼ିଶା ଅଂଗନୱାଡ଼ି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି I ଅଂଗନୱାଡ଼ି କେନ୍ଦ୍ରର ଟ୍ରାକିଂ ନାମରେ ଅଂଗନଓ୍ବାଡି କର୍ମୀ ଓ ସହାୟିକାମାନଙ୍କ ବ୍ୟକ୍ତିଗତ ଚଳଣି ଉପରେ ଅଙ୍କୁଶ ଲଗାଯାଇଛି। ଲୋକେସନ୍ ଟ୍ରାକିଂ ନାମରେ ଦୈନନ୍ଦ୍ବିନ କାର୍ଯ୍ୟରେ ହସ୍ତକ୍ଷେପ କରାଯାଉଛି। ପ୍ରାକ୍ ବିଦ୍ୟାଳୟ ଓ ଗର୍ଭବତୀଙ୍କ ଖାଦ୍ୟ ଯୋଗାଣ ଦେୟ ୨୦୧୭ ମସିହାରେ ବୃଦ୍ଧି ହୋଇଥିଲେ ଏପର୍ଯ୍ୟନ୍ତ ଲାଗୁ କରାଯାଉ ନାହିଁ। ୨୬ ଟଙ୍କା ହଜାର ଭତ୍ତା, ୧୦ ହଜାର ଟଙ୍କା ପେନ୍ସନ୍, କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁଯାୟୀ ଏଏନ୍ଏମ୍ ଓ ପ୍ରାଥମିକ ଶିକ୍ଷକ ନିମନ୍ତେ କୋଟା ଧାର୍ଯ୍ୟ ଆଦି ଦାବି କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶା ଅଂଗନୱାଡ଼ି କର୍ମୀ ଓ ସହାୟିକା ସଂଘର ଆବାହକ ତଥା ଶ୍ରମିକ ନେତା ପ୍ରଶାନ୍ତ ପାଢ଼ୀ, ସଭାନେତ୍ରୀ ମୀରାବତୀ ଦଳବେହେରା, ସାଧାରଣ ସଂପାଦିକ ପ୍ରଭାସିନୀ ପାଢ଼ୀ, ମମତା ଶତପଥୀ, ପ୍ରମିଳା ସିଂହ, ଲିଲି ମିଶ୍ର, ନିତମ୍ବନୀ ଦାଶ, ଅନିତା ନାୟକ, ତୁଳସୀ ଭୋଇ, ରୀତାରାଣୀ ପତି, ଲିଲି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।