-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା କ୍ରୀଡା ସଂସଦର ଷ୍ଟେଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ବାର୍ଷିକ କ୍ରୀଡା ଡିସେମ୍ବର ୨୦ ଓ ୨୧  ଭିଜନ ୨୦୨୪ ଜୁନିୟର ଇନଟ୍ରା କ୍ଲବ କ୍ରିକେଟ ଡିସେମ୍ବର ୯ ରେ

22-Nov-2022



ବଲାଙ୍ଗିର,- ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ସଂସଦର ଭିନ୍ନ ଭିନ୍ ଷ୍ଟାଣ୍ଡିଂ କମିଟି ବୈଠକ ଆୟୋଜିତ ହୋଇ କାର୍ଯ୍ୟକ୍ରମ ପରିଚାଳନା ସଂକ୍ରାନ୍ତୀୟ ବିଚାର ବିମର୍ଷ ପରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ତଥା କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଅଭିଭାଷଣ ପରେ ସଂପାଦକ ଶ୍ରୀ ପୂଜାରୀ ଆୟୋଜନ ଗୁଡିକର ରୂପରେଖ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପରେ ପରେ କ୍ରମାନୁଯାୟୀ ଷ୍ଟେଣ୍ଡିଂ କମିଟି ଗୁଡିକ ନିଜ ନିଜ ଅଧ୍ୟକ୍ଷମାନଙ୍କ ସହ ସେମାନଙ୍କ କ୍ରୀଡା ଗୁଡିକୁ କିପରି ଶୃଙ୍ଖଳିତ ଭାବରେ ପରିଚାଳନା କରିବେ ଆଲୋଚନା ହୋଇଥିଲା । ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୨୦ ଓ ୨୧ ରେ ଆୟୋଜିତ ହେବ ଓ ପ୍ରତିଯୋଗିମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଡିସେମ୍ବର ୫ ସୁଦ୍ଧା ଗାନ୍ଧୀ ଷ୍ଟଡିୟମ କାର୍ଯ୍ୟାଳୟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିବା ସଂସଦ ସୁତ୍ରରୁ ପ୍ରକାଶ । ସବିଶେଷ ଜାଣିବାକୁ ପ୍ରତିଯୋଗୀମାନେ କ୍ରୀଡା ସଂପାଦକ ବିଭୁତି ପଣ୍ଡା କିମ୍ବା ସଂପାଦକ ପୂଜାରୀଙ୍କୁ ଯୋଗାଯୋଗ କରିପାରିବେ ବୋଲି ଜଣାଇ ଦିଆଯାଇଛି । ଚଳିତ ବର୍ଷର ବାର୍ଷିକ କ୍ରୀଡୋତ୍ସବ କୁ ଖୁବ୍ ନିଆରା ଢଙ୍ଗରେ ଆୟୋଜନ କରାଯିବ ବୋଲି ସଂପାଦକ ନିଜସ୍ୱ ବିଚାର ଉପସ୍ଥାପନ କରିଥିଲେ । ଏଥର ୯ ଡିସେମ୍ବର ରୁ  ଭିଜନ-୨୦୨୪ ଜୁନିୟର ଇନଟ୍ରା କ୍ଲବ କ୍ରିକେଟ ୧୬ ଓ ୧୯ ବର୍ଷ ବର୍ଗ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୯ ବର୍ଷ ବର୍ଗରୁ ୧୦ ଜଣ ଖେଳାଳି ଓ ୧୬ ବର୍ଷ ବର୍ଗରୁ ୫ ଜଣ ଖେଳାଳିଙ୍କୁ ନେଇ ୧୫ ଜଣିଆ ଦଳ ଗଠନ କରାଯିବ । ଏଥି ପାଇଁ ଡିସେମ୍ବର ୨୫, ୨୬ ଓ ୨୭ ରେ ଦଳ ର ନାମ ପଞ୍ଜିକରଣ କରିବେ ଏବଂ ଏଥି ପାଇଁ ୧୯ ବର୍ଷ ବର୍ଗ ସକାଶେ ଖେଳାଳିଙ୍କ ଜନ୍ମ ଶେଷ ତାରିଖ ୩୦.୦୮.୨୦୦୯ ଏବଂ ୧୬ ବର୍ଷ ବର୍ଗଙ୍କ ପାଇଁ ଜନ୍ମ ଶେଷ ତାରିଖ ୦୧.୦୯.୨୦୦୭ ହେବା ଆବଶ୍ୟକ   । ପଞ୍ଜିକରଣ ଦିନ ସେମାନେ ଆଧାର କାର୍ଡ, ପାନ କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ଏବଂ ତା ସହିତ ମେଟ୍ରିକ ବୋର୍ଡ ସାର୍ଟିଫିକେଟ କିମ୍ବା ପାଠ ପଢାର ଶେଷ ତିନି ବର୍ଷ ର ମାର୍କଲିଷ୍ଟ ସାଙ୍ଗରେ ନେଇ ଆସିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । 
    ବୈଠକରେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, ଜିଲ୍ଲା କ୍ରିଡା ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମି ବିଶ୍ୱାଲ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ଫୁଟବଲ ସଂପାଦକ ହେମନ୍ତ ବେହେରା, ସଂପାଦକ ଗ୍ରାମ୍ୟ କ୍ରିଡା ଓ ମହିଳା ଫେଷ୍ଟିଭାଲ ସଂଗ୍ରାମ ବହିଦାର, କାଉନସିଲ ସଭ୍ୟ ରାଜେନ୍ଦ୍ର ପୁରୋହିତ, ଶିଶିର ବହିଦାର, ଜୟରାମ ମିଶ୍ର, ବିଜୟ ବଂସଲ, ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ବିକ୍ରମାନନ୍ଦ ବହିଦାର,  ରମେଶ ଚନ୍ଦ୍ର ପୁରୋହିତ, ପ୍ରଫୁଲ୍ଲ ବେହେରା, ସୁଶ୍ରୀ ଆନନ୍ଦିନୀ ଦର୍ଜୀ, ସୁବୋଧ କୁମାର ମିଶ୍ର, ଭାବଗ୍ରାହୀ ରଥ, ଶୁଭ୍ରାଂଶୁ ଅମାତ, ଅନୁପ କୁମାର ସାହୁ, ସୁନିଲ ବିଶ୍ୱାଲ, ହେମନ୍ତ ବହିଦାର, ମାଧୁରି ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like