-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
22-Nov-2022
ବଲାଙ୍ଗିର- ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ବାଧିତ ଜନବନ୍ଧୁ ପ୍ରଭାକର ରଥ ଜନ୍ମ ଶତବାର୍ଷିକୀ ପାଳନ ସମିତି ତରଫରୁ “ପ୍ରଭାକର ରଥ ମେଧା ବୃତ୍ତି ସମ୍ମାନ” ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ ବରିଷ୍ଠ ଶିକ୍ଷକ ଲଲାଟ କେଶରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତି ଗବେଷକ ଡ. ଘାସିରାମ ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ୍ କପିଳ ପତି ଓ ଆଇନଜୀବୀ ଜୟରାମ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଭାକର ରଥଙ୍କ ଜୀବନାଦର୍ଶ ଆଲୋଚନା କରି ଛାତ୍ରମାନେ ପାଠ ପଢିବା ସହିତ ସେବା କାର୍ଯ୍ୟ କରି ସମାଜର ଓ ଦୁଃଖି ଦରିଦ୍ରଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସମିତିର ଆବାହକ ମଦନ ମହୋନ ରଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସଭା ପୂର୍ବରୁ ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା କୁଇଜ ପ୍ରତିଯୋଗିତାକୁ ମଧୁ ସାହୁ ପରିଚାଳନା କରିଥିଲେ । ଏହି ସଭାରେ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ସଂଗୀତା ସାଏ ଓ ଜ୍ୟୋତି ବାରିକ କାର୍ଯ୍ୟକ୍ରମକୁ ସ୍ୱାଗତ କରି ମତବ୍ୟକ୍ତ କରି ଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅନିଲ ସାହୁ ପରିଚାଳନା କରିଥିବା ବେଳେ ସାଧନା ପଣ୍ଡା, କେଦାରନାଥ ସାହୁ, ନିଳାଂଚଳ କୁଅଁର, ମୋଚି ଦଲାଇ, ରାଜିନ କୁଅଁର ଓ ହରେରାମ ବାରିକ ସହଯୋଗ କରିଥିଲେ ।ଶେଷରେ ସୁନାଧର ବନଛୋର ଧନ୍ୟବାଦ ପ୍ରଦାନ କରିଥିଲେ ।