-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2022
ବଲାଙ୍ଗିର ପୌରାଚଂଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ଏହାର ପ୍ରତିବାଦରେ ଆଜି ନଗର କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଧାରଣା ଦିଆଯାଇଛି । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଅନୁଷ୍ଟିତ ଧାରଣା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଂଗ୍ରେସ ନେତା
ସାମିଲ ହୋଇଥିଲେ । ସହର ଭିତରେ ଚାଲିଥିବା ରାସ୍ତା ଡ୍ରେନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଦୁର୍ନିତୀ ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ତେଣୁ ଦୁର୍ନିତୀର ତଦନ୍ତ କରାଯାଇ ଦୋଷୀ ଅଧିକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟନା ଦାବୀ କରିଛି କଂଗ୍ରେସ । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ନଗର କଂଗ୍ରେସ ବ୍ୟାପକ ଅନ୍ଦୋଳନ କରିବାର ଚେତାବନୀ ଦେଇଛି ।