-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ବିନିକା ଗସ୍ତରେ ଆସି ବିନିକା ସ୍ପୋର୍ଟସ କ୍ଲବ ହଲ ଠାରେ ଖୋଲିଥିବା ସ୍ମାର୍ଟ ଲାଇବ୍ରେରୀ ପରିଦର୍ଶନ କରିବା ସହିତ ବିନିକା ଅଞ୍ଚଳବାସୀଙ୍କ ଏହି ଲାଇବ୍ରେରୀ ଆବଶ୍ୟକତା ନିହାତି ଥିଲା ବୋଲି କହିଥିଲେ। ଗତ ଜୁନ ୧୩ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲା ଗ୍ରନ୍ଥାଳୟ ବିନିକା ଶାଖା ଉଦ୍ଘାଟନ ହୋଇଥିଲେ ହେଁ ଅଦ୍ୟାବଧି ପ୍ରଶାସନିକ ସ୍ତରରେ କୌଣସି ଶିକ୍ଷଣୀୟ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇନଥିବା,ପାଠକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା,ଟଏଲେଟ,ୟୁରିନାଳ,କମ୍ପୁଟର ବ୍ୟବସ୍ଥା କରାଯାଇନଥିବାରୁ ପାଠକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ଏହି ଅବସରରେ ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର,କାର୍ଯ୍ୟକାରୀ କମିଟି ସଦସ୍ୟ ଲବ କୁମାର ମାହାଣା,ଉପସଭାପତି ବୁଲୁ ଦଣ୍ଡିଆ,ଭୁବନେଶ୍ୱର ପାତ୍ର ପ୍ରମୁଖ କଲେଜ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଜବ(ଚାକିରୀ) ଶିକ୍ଷଣୀୟ ପୁସ୍ତକ ଯୋଗାଇଦେବାକୁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଶ୍ରୀମତୀ ସିଂଦେଓ ପାଠ୍ୟ ପୁସ୍ତକ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।ସେହିପରି ବିନିକା ଠାରେ ମାତୃ ଶିଶୁ ବିଭାଗ ଡାକ୍ତରଖାନା ଖୋଲିବାକୁ ସଭାପତି ଶ୍ରୀମିଶ୍ର ସାଂସଦଙ୍କୁ ଅନୁରୋଧ କରିବା ପରେ ଏହି ଦିଗରେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବିନିକା ଏନଏସି ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ଦଣ୍ଡ ସନା,ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର,ପୂର୍ବତନ ସଭାପତି ବିଜୟ ମହାକୁର, ବ୍ଳକ ପ୍ରତିନିଧି ଅଶୋକ ପୃଷ୍ଟି,ଜିଲ୍ଲାପରିଷଦ ସଭ୍ୟା ପ୍ରମିଳା କଳତା,ଛାଲୁ ମହାଲିଂ,ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶ,ପୀତବାସ ମେହେର,ଶ୍ରୀକାନ୍ତ ସାହୁ,ଧର୍ମେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।