-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2022
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ରାଜ୍ୟ ମୁର୍ଟକୋର୍ଟ ପ୍ରତିଯୋଗିତାରେ ବଲାଙ୍ଗୀର ଆଇନ ମହାବିଦ୍ୟାଳୟର ର ଦମଦାର ପ୍ରଦର୍ଶନ। କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟ ଆନୁକୁଲ୍ୟରେ ଡ. ଅଶୋକ କୁମାର ମହାପାତ୍ର ମେମୋରିଆଲ ମୁଟକୋର୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବଲାଙ୍ଗୀର ଆଇନ ମହାବିଦ୍ୟାଳୟର ଚାରୋଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ଦୁଇଟି ଦଳ କ୍ଵାଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରମା ସାହୁ ଏଣ୍ଡ ଆଶ୍ୱସ୍ତି ଫାଉଣ୍ଡେସନ ଭିଏସ୍ ଟାଟା ପ୍ରୋଜେକ୍ଟ ଏଣ୍ଡ ଓଡିଶା ରାଜ୍ୟ ସରକାର ବିଷୟ ବସ୍ତୁ ଉପରେ ଅନୁଷ୍ଠିତ ମୁଟକୋର୍ଟ ରେ ଅଂଶଗ୍ରହଣ କରିଥିବା ଚାରୋଟି ଦଲର ପ୍ରଦର୍ଶନ କୁ ଜଜ୍ ଉଚ୍ଚ ପ୍ରଶଂସା କରିଛନ୍ତି। ବଲାଙ୍ଗୀର ଆଇନ ମହାବିଦ୍ୟାଳୟ ଅଧକ୍ଷ୍ୟ ଶ୍ରୀ ସଞ୍ଜିବ କୁମାର ପ୍ରଧାନ ପ୍ରଥମ ପର୍ଯ୍ୟାୟ କୁ ଉନ୍ନତ ୨ଟି ଦଳ ସହ ୪ଟି ଦଳକୁ ପ୍ରସଂଶା କରିବା ସହ ଆଗକୁ ମଧ୍ୟ ଉଚ୍ଚ କୋଟୀର ପ୍ରଦର୍ଶନ ଆଶା କରିଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର ଚଣ୍ଡୀ ପ୍ରସାଦ ଖମାରୀ ଙ୍କ ସହଯୋଗରେ ରଜତ ହୋତା, ମହେଶ ନାଗ, ସୁବାସ ବାଗ, ସୁମନ୍ତ କୁମାର ବଗର୍ତ୍ତୀ, ବିବେକ ମେହେର, ପ୍ରିୟଂଶୁ ହର, ପ୍ରଜ୍ଞା ପାରମିତା ବହିଦାର, ପ୍ରିତି ସରାଫ୍, ଯୋତିକା ଜାଲ, ଗୋବିନ୍ଦ ଶର୍ମା, ବିଶ୍ୱାମିତ୍ର ରଣା, ସମିର ଜସ୍ବାବାନି ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ। ମୁର୍ଟକୋର୍ଟ ରେ ସଫଳତା ଯେତିକି କଲେଜ ପାଇଁ ଗୌରବର ବିଷୟ ସେତିକି ଛାତ୍ର ଛାତ୍ରୀଙ୍କ ଉପାଦେୟ। ଆଇନ୍ ଶିକ୍ଷା କ୍ଷେତ୍ରରେ ବଲାଙ୍ଗୀର ଆଇନ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ପଛୁଆ ନୁହଁନ୍ତି ବୋଲି ଅଂଶଗ୍ରହଣକାରୀ ମାନେ ମତପ୍ରକାଶ କରିଛନ୍ତି।