-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2022
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲାର ଆଗଲପୁର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ରିନବଚନ ଗ୍ରାମ ପଞ୍ଚାୟତ ବାଗଝୁଲା ସମିର ଦିବ୍ୟାଙ୍ଗ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି l ଏହି ସଂଗଠନ ସମାଜସେବା କ୍ଷେତ୍ରରେ ଆଗେଇ ଆସି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି | ମହାମାରୀ କୋରନା ସମୟରେ ତାଙ୍କର ସେବା କାର୍ଯ୍ୟକ୍ରମ କୁ ବର୍ତମାନ ସୁଦ୍ଧା ଜନସାଧାରଣ ଭୁଲିପାରୁ ନାହାନ୍ତି l ରକ୍ତଦାନ,ବୃକ୍ଷରୋପଣ,ଅକ୍ସିଜେନ ସିଲିଣ୍ଡର ଯୋଗାଣ ରୋଗୀ ମାନଙ୍କୁ ଅନେକ ସମୟରେ ହସ୍ପିଟାଲରେ ଚିକିତ୍ସା କରି ପ୍ରଶଂସନୀୟ ହୋଇପାରିଛନ୍ତି l ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର ଯୋଗଦାନ କରିଥିବା ବେଳେ ସମିର ଦିବ୍ୟାଙ୍ଗ ଆଶ୍ରମର ପ୍ରତିଷ୍ଠାତା କୀର୍ତ୍ତନ ଦାସ, ଆଶ୍ରମ ପରିଚାଳନା କମିଟିର ସଭାପତି ତଥା ଆଗଲପୁର ବ୍ଲକ ବରିଷ୍ଠ
ସାମ୍ବାଦିକ ଡାକ୍ତର ପୁଟେଲ, ବିଙ୍ଗ ହ୍ୟୁମାନ ର ଉପଦେଷ୍ଟା ତଥା ରୋତ୍ ମହାବିଦ୍ୟାଳୟ ର ବରିଷ୍ଠ ପ୍ରାଧ୍ୟାପକ ଡ଼. ସନ୍ତୋଷ କୁମାର ରଥ, ରିନବଚନ ପୂର୍ବତନ ସରପଞ୍ଚ ଶେଷଦେବ ଗଡ଼ତ୍ୟା, ପ୍ରଶାନ୍ତ ଭୋଇ, କରୁଣା କର ପାତ୍ର ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଆଗଲପୁର ଶାଖାର ନୂତନ ସଭାପତି ଭାବେ ବୁଦ୍ଧଦେବ ସାହୁ, ଫାଉଣ୍ଡେସନର ସମ୍ପାଦକ ଭାବେ ସଂଯୋଗ କୁମାର ସାହୁ,ସହ ସମ୍ପାଦକ ଭାବେ ପିଣ୍ଟୁ ରଣା, ସାଧାରଣ ସମ୍ପାଦକ ଭାବେ ହେମକାନ୍ତ ସାହୁ,ରମେଶ ଦଣ୍ଡସେନାଙ୍କୁ ଦାୟିତ୍ୱ ଦିଆଗଲା ନିତ୍ୟାନନ୍ଦ ସାହୁ, ଲକ୍ଷ୍ମୀକାନ୍ତ ସାହୁ ସରୋଜ ପଧାନ,ଡୋଲାମଣି ଥନାପତି,ପିଣ୍ଟୁ ଯୋଶୀ ପ୍ରତୀକ ନାଏକ ଙ୍କ ସହିତ ସମସ୍ତ କର୍ମକର୍ତ୍ତା ଉକ୍ତ କାର୍ଯ୍ୟରେ ଯୋଗ ଦେଇଥିଲେ l