-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ସମ୍ବଲପୁର,: "କଲମ" ପରିବାର ସମ୍ବଲପୁର ପକ୍ଷରୁ ସାମ୍ବାଦିକ ଭବନ ଠାରେ ମାସିକ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଛି। ସଭାପତି ଜୟକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲକ୍ଷ୍ମୀନାରାୟଣ ପଣ୍ଡା, କ୍ଷେତ୍ରମଣି ବିଭାର, ଡ଼ଃ. ପ୍ରିୟବ୍ରତ ପଣ୍ଡା ଯୋଗଦେଇ କବିତା ସୃଷ୍ଟି ନିରନ୍ତର ହେବା ସହ ଆସର ଆୟୋଜନ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ I ସେହିପରି ସମ୍ବଲପୁରୀ ଭାଷାରେ ଅଧିକରୁ ଅଧିକ କବିତା ରଚନା କରିବା ପାଇଁ ପ୍ରୋତ୍ସାହିତ କରିବା ସହ କବିତା ପାଠ କରିଥିଲେ I ଏହି ଅବସରରେ ବିଭୁତି ଭୂଷଣ ମିଶ୍ର, ପଙ୍କଜିନୀ ମେହେର, କାହ୍ନୁ କେଶବ ବହିଦାର, ନିତ୍ୟାନନ୍ଦ ଖମାରୀ, ତ୍ରିଲୋଚନ ତ୍ରିପାଠୀ, ସୁଧାଂଶୁ ଭୂଷଣ ଶଣ୍ଢ, ସନତ ସାହୁ, କମଲ ଲୋଚନ ପଣ୍ଡା, ନିଲିମା ମେହେର, ସବିତା ମିଶ୍ର, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ତରଣୀ ମେହେର, ଶିବବ୍ରତ ମେହେର, ହୀରାବତି ବିଶ୍ଵାଳ, ଜଗନ୍ନାଥ ମେହେର, ପ୍ରଦୀପ ଯୋଶୀ, ପଙ୍କଜିନୀ ନାୟକ, ବୁବୁନ ଦଣ୍ଡସେନା, ସମୀର ବାବୁ, ଦେବେନ୍ଦ୍ର ପଟେଲ, ମମତା ନାଥ, ଜ୍ଞାନବ୍ରତ ଭୋଇ ପ୍ରମୁଖ କବିତା ପାଠ କରିଥିଲେ I କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଆବାହକ ତଫିଜୁଲ ହୋସେନ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ, ସମ୍ପାଦକ କମଲ ଲୋଚନ ପଣ୍ଡା ମନ୍ତ୍ର ପାଠ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟକ୍ରମକୁ ମମତା ନାଥ ଓ ମୋହିନୀ ହୋତା ସଂଯୋଜନା କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ପଣ୍ଡାଙ୍କ ଶାନ୍ତି ପାଠ ସହ ଆସର ସମ୍ପନ୍ନ ହୋଇଥିଲା
ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ