-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ) ୨୩୯ବର୍ଷରେ ପଦାର୍ପଣ କରିଥିବା ବିନିକା ଗୋକୁଳାଷ୍ଟମୀ ଯାତ୍ରା ମହୋତ୍ସବ ରବିବାର ସନ୍ଧ୍ୟାରେ କଂସାରିପଡା ସ୍ଥିତ ବ୍ରଜ ବିହାରୀ ନୃତ୍ୟ କଳା ପରିଷଦ ତରଫରୁ ସ୍ଥାନୀୟ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଉଦ୍ଘାଟିତ ହୋଇଯାଇଛି । ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ଯାତ୍ରା ମହୋତ୍ସବ ପ୍ରାରମ୍ଭରେ ଘଣ୍ଟ,ଶଙ୍ଖ,ହୁଳହୁଳି ଧ୍ୱନିରେ ଯଥାରିତ ପୂଜାର୍ଚ୍ଚନା ସହ ସଖୀ ମାନଙ୍କ ନୃତ୍ୟ ତାଳେ ତାଳେ ପ୍ରଭୁ କୃଷ୍ଣ ଓ ବଳରାମଙ୍କୁ ଆବାହନ କରାଯାଇଥିଲା ।ଏଥିରେ କୃଷ୍ଣ ଭୂମିକାରେ ଶାନ୍ତନୁ ସାହୁ,ବଳରାମ ଅର୍ପିତ ସାହୁ,ସଖୀ ସୌମ୍ୟରଞ୍ଜନ,ଅନୁରାଗ,ବଜରଙ୍ଗ,ବିବେକ ଅଭିନୟ କରିଥିବା ବେଳେ ପୂଜକ ଭାବେ ମାନଭଞ୍ଜନ ପୂଜାରୀ,ନରେନ୍ଦ୍ର ନନା,ପୂଜାକର୍ତା କୃଷ୍ଣଚନ୍ଦ୍ର ଦାସ,ଗୁରୁ ମନୋଜ ଦାସ,ସୀତାରାମ ଦାସ,ରଘୁନାଥ ସାହୁ,ଜିଶୁ ସାହୁ,ଶିବଶଙ୍କର ଦାସ,ରଘୁନାଥ ମାହାଣା,ସୂର୍ଯ୍ୟ ଦାସ,ସୀତାରାମ ମାହାଣା,କମିଟି ସଭାପତି ପ୍ରସନ୍ନ ଦାସ,ସମ୍ପାଦକ ସଞ୍ଜୟ ଦାସ,ଉପସଭାପତି ରାମଚନ୍ଦ୍ର ଦାସ,ସାଂସ୍କୃତିକ ସମ୍ପାଦକ ପଦ୍ମଲୋଚନ ସାହୁ ପ୍ରମୁଖଙ୍କ ସମେତ କମିଟି ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।