-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
03-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଯୁକ୍ତ ତିନି ଶ୍ରେଣୀରେ ଅଧ୍ୟୟନ ପାଇଁ କଲେଜକୁ ପାଦ ପକାଇଥିବା ନବାଗତ ଛାତ୍ରଛାତ୍ରୀଙ୍କୁ ସିଦ୍ଧାର୍ଥ ପରିବାର ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏହି ଅବସରରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼.ଧୀରେନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ ସ୍ଵତନ୍ତ୍ର ଅତିଥି,ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ଵାଳ ମୁଖ୍ୟବକ୍ତା,ଅଧ୍ୟାପକ ଗୋପାଳ କୃଷ୍ଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।ପ୍ରାରମ୍ଭରେ ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ବେଦ ପଠନ କରିଥିବା ବେଳେ ସଭାକୁ ଅର୍ଥନୀତି ଅଧ୍ୟାପକ
ବିଶ୍ଵନାଥ ମିଶ୍ର ପରିଚାଳନା କରିଥିବା ବେଳେ ଶେଷରେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଦିବ୍ୟାଲୋକା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ମାନସ ରଞ୍ଜନ ମିଶ୍ର,ଆଶୁତୋଷ ପୁରୋହିତ,ଭଗବାନ ସାହୁ,ଅଧ୍ୟାପିକା ଦୀପ୍ତିରାଣୀ ସ୍ୱାଇଁ,ପ୍ରମିତା ମିଶ୍ର,ଜାନକୀ ସାମନି,ରୁବୀ ପୂଜାରୀ,ମିତାଲି ପ୍ରଧାନ,ଦିବ୍ୟାସ୍ମିତା ମହାକୁର,ରିତୁପର୍ଣ୍ଣା କମ୍ପ, ଲାଇବ୍ରେରୀଏନ ଭାରତୀ ବାବୁ ପ୍ରମୁଖଙ୍କ ସମେତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ ।