-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
03-Nov-2022
ମୁରିବାହାଲ୍(ସୁଦାମ ଚରଣ ବଘାର)ମୁରିବ।ହାଳ ବ୍ଲକ ଅନ୍ତର୍ଗତ ମୁରିବ।ହାଳ ଗ୍ରାମ ପଞ୍ଚାୟତ ପରିସରରେ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ମାଗଣା ଆଇନ ସେବା ସଚେତନତା କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟ କର୍ମ ରେ ତାଳୁକ୍ ଆଇନ ସେବା କମିଟି ର ଅଧକ୍ଷ ତଥା ମୁରିବହାଳ
ଜେ ଏମ୍ ଏଫ୍ ସି କୋର୍ଟ ର ବିଚାରପତି କିଶୋର କୁମାର ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଗଣା ଆଇନ ସେବା କିପରି ପାଇ ପାରିବେ,ସରକାରୀ ଖର୍ଚ୍ଚରେ ଓକିଲ ନିଯୁକ୍ତି କରିବା , ଯୋଗ୍ୟ ବ୍ୟକ୍ତି ଙ୍କ ତରଫରୁ କୋର୍ଟ ଫି ଦାଖଲ କରିବା, ସାକ୍ଷୀ ମାନ ଙ୍କୁ ସମନ୍ କରିବା ପାଇଁ ଖର୍ଚ୍ଚ ବହନ କରିବା ବିଷୟ ରେ ଉପସ୍ଥିତ ଜନ୍ ସାଧାରଣ ଙ୍କୁ ସଚେତନ କରିବା ସହ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ମୂରିବହାଲ ଓକିଲ ସଂଘର ସଭାପତି ତଥା ବରିଷ୍ଠ ଆଇନ ଜିବୀ ଜୟଦୀପ୍ ପୁରୋହିତ,ସି ଡି ପି ଓ ସୁପ୍ରଭା ମହାପାତ୍ର, ମୂରିବହାଲ ଗ୍ରାମ ପଞ୍ଚାୟତ ପି ଇ ଓ ଗୁଣନିଧି ପାଇକ, ମୁରିବାହାଳ ଆଇ ସି ଡି ଏସ ସୁପର ଭାଇ ଜର ବାସନ୍ତୀ ଭୋଇ,ସରକାରୀ ଓକିଲ ବିଶ୍ବରଂଜନ ବହିଦାର ଯୋଗଦାନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟ କର୍ମ ରେ ତ।ଳୁକ୍ ଆଇନ ସେବା କମିଟି ର ସଦସ୍ୟ ଶମ୍ଭୁ ପ୍ରସାଦ ଭୋଇ, ହୃଷିକେଶ ଭୋଇ, ମୂରିବାହାଲ ଜେ ଏମ୍ ଏଫ୍ ସି କୋର୍ଟ ର କିରାଣୀ ତଥା ତାଲୁକ ଆଇନ ସେ୍ବ କମିଟି ର ସମ୍ପାଦକ
ସୁମିତ୍ ପଟ୍ଟନାୟ କ ପ୍ରମୁଖ ସାମିଲ ଥିଲେ। କାର୍ଯ୍ୟ କର୍ମ କୁ ତ।ଲୁକ୍ ଆଇନ ସେବା କମିଟି ର ସଦସ୍ୟ ସୁଦାମ ବଘ।ର୍ ପରିଚାଳନା କରିଥିବା ବେଳେ କାର୍ଯ୍ୟ କର୍ମ ରେ ମୁରୀବହାଲ ଅଂଚଳର ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ସହିତ ବହୁ ସାମାଜିକ କର୍ମୀ ସାମିଲ ଥିଲେ। ସୂଚନା ମୁତାବକ ଏହି କାର୍ଯ୍ୟକ୍ରମ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମୂରିବାହାଳ ବ୍ଲକ ର ୧୭ ଟି ପଞ୍ଚାୟତ ରେ ସଚେତନତା କାର୍ଯ୍ୟ କର୍ମ ହେବାର ସୂଚନା ମିଳେ।