-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ପୁଣି ଜୋର୍‌ ଧରିଲା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ I

03-Nov-2022



ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
 ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପୁଣି ଆନ୍ଦୋଳନ ତୀବ୍ର କରିଛି I ବୁଧବାର ସମ୍ବଲପୁରରେ ଅଫିସ୍-ଅଦାଲତ ଅଚଳ ହୋଇଯାଇଥିଲା I ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ଅନେକ ଥର ଦାବିପତ୍ର ଦେଇଛି I ଏହି ପ୍ରସଂଗରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ପାଇଁ ସମୟ ବି ମଗାଯାଇଥିଲା I ମାତ୍ର, ମୁଖ୍ୟମନ୍ତ୍ରୀ ସମୟ ନଦେବାରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗତ ୨୮ ସେପ୍ତେମ୍ବେର୍ ଦିନ ରାଜଧାନୀ ଭୁ‌ବନେଶ୍ବରକୁ ଯାଇ ଆନ୍ଦୋଳନ କରିଥିଲା I ତେବେ, ଓକିଲଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳକୁ ଡାକି ରାଜ୍ୟ ସରକାରଙ୍କ ୩ ଜଣ ମନ୍ତ୍ରୀ ଓ ଉଚ୍ଚସ୍ତରୀୟ ଅଧିକାରୀମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ I ମଧୁର ପ୍ରତିଶ୍ରୁତି ବି ଦେଇଥିଲେ I ଏହା ସ‌ତ୍ତ୍ବେ ସରକାର ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ମତାମତ ନେଇ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇ ନାହାନ୍ତି I ତେଣୁ, ଦାବି ହାସଲ ନହେବା ପର୍ଯ୍ୟନ୍ତ  ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରତ୍ୟେକ ମାସ ବୁଧବାର ଦିନ ବିଚାର ବିଭାଗୀୟ ଅଦାଲତ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଅଚଳ କରିବାକୁ ନିଷ୍ପତ୍ତି ନେଇଛି I ଏହି କ୍ରମରେ ଆଜି ଓକିଲ ସଂଘର ସଭ୍ୟମାନେ ସବୁ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ବନ୍ଦ କରିଦେଇଥିଲେ I ଆର୍‌ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଠାରୁ ଆରମ୍ଭ କରି ସବୁ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା I ତେବେ, ଏଥିରୁ ବ୍ୟାଙ୍କ, ଏଲ୍‌ଆଇସି, ମହାନଗର ନିଗମ, ସ୍କୁଲ ଓ କଲେଜ, ଫ୍ୟୁଜ୍ କଲ୍‌ ସେଣ୍ଟର ଆଦି ବାଦ୍ ଦିଆଯାଇଥିଲା I ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର, ସଂପାଦକ ସରୋଜ ସାହୁ ପ୍ରମୁଖଙ୍କ ନେତୃତ୍ବରେ ଆଇନଜୀବୀମାନେ ପିକେଟିଂ କରି ବନ୍ଦ କରିଥିଲେ I ଉଲ୍ଲେଖଯୋଗ୍ୟ ଯେ, ପାଇଲଟ୍ ପ୍ରୋଜେକ୍ଟ ଭାବେ ସମ୍ବଲପୁରରେ ଆରମ୍ଭ ‌ହୋଇଥିବା ବିଦ୍ୟୁତ୍ ପ୍ରିପେଡ୍‌ ମିଟର ଓ ପାଣି ମିଟର ସଂଯୋଗକୁ ବି ଜିଲ୍ଲା ଓକିଲ ସଂଘ ବିରୋଧ କରୁଛି I ପାଇଲଟ୍‌ ପ୍ରୋଜେକ୍ଟ ନାମରେ ସମ୍ବଲପୁରର ନିରୀହ ଜନସାଧାରଣଙ୍କୁ ଦିଆଯାଉଥିବା ନିର୍ଯାତନା ଓ ମନମୁଖି ପ୍ରଶାସନିକ କାର୍ଯ୍ୟର ବି ପ୍ରତିବାଦ କରାଯିବା ସହିତ ଜନସ‌ଚେତନତା ସୃଷ୍ଟି କରାଯାଉଛି I ସମ୍ବଲପୁର ତଥା ବିଶେଷକରି ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ପାତର ଅନ୍ତର କରୁଥିବାରୁ ସ୍ବତନ୍ତ୍ର ରାଜ୍ୟ ଦାବି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରାଯିବାକୁ କେତେକ ଜାଗାରେ ବ୍ୟାନର ବି ଲଗାଯାଇଥିବା ଦେଖିବାକୁ ମିଳିଥିଲା I ଆନ୍ଦୋଳନକୁ ପୂର୍ବ ଭଳି ଜନ ସମର୍ଥନ ବି ମିଳିଥିଲା I ତ‌େବେ, ଆନ୍ଦୋଳନ ସମୟରେ ଏସ୍‌ଡିଏ କାର୍ଯ୍ୟାଳୟ ଖୋଲା ରହିଥିବା ବେଳେ କେତେକ ବ୍ୟକ୍ତି ସେଠାରେ ପହଂଚି ଚୌକି, ଟେବୁଲ ଆଦି ଫିଙ୍ଗା ଫୋଫଡ଼ା କରିଥିବା ଜଣାପଡ଼ିଛି I


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like