-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ବିଜେଡି ସମ୍ବଲପୁର ବିଧାନସଭା କ୍ଷେତ୍ର ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା, ୫୪ ଜଣ ଯୁବକଙ୍କ ବିଜେଡିରେ ଯୋଗଦାନ I

03-Nov-2022



ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
 ବିଜୁ ଜନତା ଦଳ ସମ୍ବଲପୁର ବିଧାନସଭା କ୍ଷେତ୍ର ପକ୍ଷରୁ ବୁଧବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ପୂର୍ବତନ ବିଧାୟିକା ତଥା ବିଜେଡି ମୁଖପାତ୍ର ଡ଼. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିଶାଳ ଜନ ସମ୍ପର୍କ ପଦଯାତ୍ରାରେ ଉଚ୍ଚ ଶିକ୍ଷା ମନ୍ତୀ ଇଂ. ରୋହିତ ପୂଜାରୀ, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ, ଜ଼ିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ, ଜ଼ିଲ୍ଲା ସଭାପତି ଇଂ, ସିଦ୍ଧାର୍ଥ ଦାସଙ୍କ ସମେତ ରାଜ୍ୟ ତଥା  ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଜିଲ୍ଲା ଯୁବ, ଛାତ୍ର ଓ ମହିଳା ଜନତା ଦଳର କର୍ମକର୍ତ୍ତା ତଥା ଶହ ଶହ କର୍ମକର୍ତ୍ତା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ I ଏହି ପଦଯାତ୍ରା ଅପରାହ୍ନ ୪ ଘଟିକା ସମୟରେ ସ୍ଥାନୀୟ ଲଷ୍ମୀ ଟକିଜ ଛକରୁ ବାହାରି ଗୋଲବଜାର, ପୀର ବାବା ଛକ, ମୁନସିପାଲିଟି ଛକ ଦେଇ ଗଙ୍ଗାଧର ମଣ୍ଡପ ପଡିଆରେ ପହଞ୍ଚିଥିଲା I ଏହି ପଦଯାତ୍ରାରେ ଅତିଥି ଗଣଙ୍କୁ  ଦୁଲଦୁଲି ବାଜା, ସମ୍ପର୍ଦା, ସଂକୀର୍ତନ ମଣ୍ଡଳୀର, ଆଦିବାସୀ ନୃତ୍ୟ ଗୀତର ତାଳେ ତାଳେ କର୍ମୀ ମାନେ ପାଛୋଟି ନେଇ ଥିଲେ I ସେଠାରେ ପୂର୍ବତନ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା I ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସତୀଶ ବିଶିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଦୃଢ ସଂକଳ୍ପ ନେବା ସହିତ ସମ୍ବଲପୁର ବିକାଶକୁ ଆଗେଇ ନେବାକୁ ଆହ୍ୱାନ କରିଥିଲେ I ଏହି ଅବସରରେ ସମ୍ବଲପୁର ମହାନଗର ନିଗମ ୱାର୍ଡ ନମ୍ବର ୩୬ ଅନ୍ତର୍ଗତ ଯୁବ ନେତା ଦେବାଶିଷ ବାଗଙ୍କ ନେତୃତ୍ୱରେ ୫୪ ଜଣ ଯୁବକ ବିଜେଡିରେ ଯୋଗଦାନ କରିଥିଲେ I ଆଜିକାର ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜେଡି ଜ଼ିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ, ବିଜୁ ମହିଳା ଜନତା ଦଳ ଜ଼ିଲ୍ଲା ସଭାନେତ୍ରୀ ବନ୍ଦିତା ରାଣୀ ମିଶ୍ର, ଯୁବ ବିଜେଡି ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ଛାତ୍ର ବିଜେଡି ଜ଼ିଲ୍ଲା ସଭାପତି ଶୁଭ୍ରାଂଶୁ ପାଢ଼ୀ ଙ୍କ ସମେତ ବିଜେଡି ରାଜ୍ୟ ପ୍ରବକ୍ତା ସଞ୍ଜୟ ବାବୁ, ସଞ୍ଜିତ ମହାନ୍ତି, ଶୈଳେଶ ଦାନୀ, ହୀରାଲାଲ ବେହେରା, ମିଳନ ହୋତା, ଦେବାଶିଷ ପରିଡା, କବିତା ପୁରୋହିତ, ସିପ୍ରା ମହାନ୍ତି, କଳ୍ପନା ମିଶ୍ର, ଉଷା ପ୍ରଧାନ, ଅମିତାଭ ପରିଡା, ନିଶାନ୍ତ ବହିଦାର, ସୁମନ୍ତ୍ର ପଣ୍ଡା, ରମାକାନ୍ତ ସାହୁ, ଭୋଲା ମହତ୍ତମ, ବରିଷ୍ଠ ବିଜେଡି ନେତା, ଗୋକୁଳ ମେହେର, ମହମ୍ମଦ ସନାଉଲ୍ଲା, ମହେଶ ଶର୍ମା, ପ୍ରଦ୍ୟୋଷ ମହାନ୍ତି, ସୁରେନ୍ଦ୍ର ବିଶ୍ୱାଳ, ସେକ ଆଲାମ, ଜିତୁ ପଟ୍ଟନାୟକ, ଭାବେଶ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ I ସଭା ପ୍ରାରମ୍ଭରେ ଅତିଥି ଗଣ ଇଷ୍ଟ ଦେବୀ ସମଲେଶ୍ୱରୀ ଏବଂ ବିଜୁ ପଟ୍ଟନାୟକଙ୍କ ତୈଲ୍ୟ ଚିତ୍ରରେ ଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା I ପରିଶେଷରେ ବିଜେଡି ଯୁବ ନେତା ସୁରଜ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I ଦୀର୍ଘ ଦିନର ବ୍ୟବଧାନ ପରେ ବିଜେଡି ର ସମସ୍ତ ନେତୃ ମଣ୍ଡଳୀ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like